fbpx

ପେନସନ୍ ଚେକ୍ କରିବାକୁ ଯାଇଥିଲେ ବୃଦ୍ଧ, ଖାତାରେ ଦେଖିବା ବେଳକୁ ଅଛି ୫୨ କୋଟି!

ବିହାର: ବିହାରର ମୁଜଫରପୁରରୁ ପୁଣିଥରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ଆସିଥିବା ଜଣାପଡ଼ିଛି । ଅଚାନକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୨ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି । ବିହାରରୁ କିଛି ଦିନ ହେବ ସମାନ ଘଟଣା ଦେଖିବାକୁ ମିଳୁଛି । ପୂର୍ବରୁ ଜରେ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଙ୍କ ଆକାଉଣ୍ଟକୁ ୯୦୦ କୋଟି ଟଙ୍କା ଆସିଥିଲା । ତେବେ ଚାଲନ୍ତୁ ଜାଣିବା କଣ ଏହି ପୂରା ମାମଲା ।

ସୂଚନା ଅନୁସାରେ, ଏହି ମାମଲା ବିହାରର ମୁଜଫରପୁର ଜିଲ୍ଲାର କଟରା ଥାନାରୁ ଆସିଛି । ଏଠାରେ ଜଣେ ବୃଦ୍ଧ ପେନସନ୍ ଟଙ୍କା ଯାଞ୍ଚ କରିବାକୁ ଗୋଟିଏ ସିଏସପି ସଞ୍ଚାଳକଙ୍କ ପାଖକୁ ଯାଇଥିଲେ । ହେଲେ ଯେତେବେଳେ ଖାତା ଚେକ୍ କରିବାକୁ ସେ ଆଙ୍ଗୁଠି ଛାପ ଦେଇଥିଲେ ସେତେବେଳେ ସେଠାରେ ସିଏସପି ସଞ୍ଚାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ଉକ୍ତ ବୃଦ୍ଧଙ୍କ ଖାତାରେ ୫୨ କୋଟିରୁ ଅଧିକ ଟଙ୍କା ରହିଥିଲା । ଏହା ଦେଖିବା ପରେ ସେ ନିଜେ ବି ତାଜୁବ୍ ହୋଇଯାଇଥିଲେ ଯେ, ଏତେ ଟଙ୍କା କେଉଁଠୁ ଆସିଲା । ତେବେ ପୋଲିସ୍ ଏନେଇ ତଦନ୍ତ ଚଳାଇଛି ।

ତେବେ ବୃଦ୍ଧ ଜଣଙ୍କ ପେଶାରେ ହେଉଛନ୍ତି ଜଣେ କୃଷକ । ତେବେ ଖାତାକୁ ଏତେ ପରିମାଣରେ ଟଙ୍କା ଆସିଥିବାରୁ ବୃଦ୍ଧ ବ୍ୟକ୍ତିଙ୍କ ପୁଅ କହିଛନ୍ତି ଯେ, ଆମେ ଚାଷ କରି ପେଟପାଟଣା କଥା ବୁଝିଥାଉ । ତେବେ ଏତେ ଟଙ୍କା କେଉଁଠୁ ଆସିଛି ଆମେ କିଛି ବି ଜାଣିପାରିନୁ । ଏହି ପରିପ୍ରେକ୍ଷୀରେ ସରକାର ଆମକୁ ସହାୟତା କରନ୍ତୁ ।

 

Get real time updates directly on you device, subscribe now.