fbpx

ନଦୀରେ ବୁଡ଼ି ୨ ଭାଇ ମୃତ, ଗାଧୋଇବା ବେଳେ ଭାସିଗଲେ

ପିପିଲି(ଓଡ଼ିଶା ଭାସ୍କର): ଲୁଣା ନଦୀରେ ବୁଡ଼ି ୨ ନାବାଳକ ଭାଇ ପ୍ରାଣ ହରାଇଛନ୍ତି । କଣାସ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇ ଭାଇ ମିଶି ଲୁଣା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଭାସି ଯାଇଥିଲେ । ମୃତକଙ୍କ ମଧ୍ୟରୁ ଜଣେ ୭ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୩ ବର୍ଷର ହୋଇଥିବା ଖବରରୁ ପ୍ରକାଶ ପାଇଛି ।

Get real time updates directly on you device, subscribe now.