fbpx

ଭ୍ୟାକ୍ସିନ୍ ଲଗାନ୍ତୁ ଉପହାର ନିଅନ୍ତୁ: ଟିକାକରଣ ବୃଦ୍ଧି ପାଇଁ ଲାଗୁହେଲା ଏହି ନିୟମ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କରୋନା ବିପକ୍ଷରେ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ବିଗତ କିଛି ଦିନ ଧରି ସଂକ୍ରମଣରେ ହ୍ରାସ ଘଟିଥିବା ଦେଖାଯାଇଛିି । ସମସ୍ତ ଜନସାଧାରଣଙ୍କୁ ଟିକାକରଣ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଚାଲିଛି । ଏହି ସମୟରେ ମଧ୍ୟପ୍ରଦେଶରେ ଏକ ନିୟମ ଲାଗୁ କରାଯାଇଛି । ଲୋକମାନେ ଟିକାନେଲେ ଉପହାର ଦିଆଯିବ । ଟିକାକରଣ ଗତିକୁ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ରାଜ୍ୟର ବୈତୁଲ ଅଞ୍ଚଳରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଆଣ୍ଡ୍ରଏଡ ମୋବାଇଲ ଫୋନ, ଟର୍ଚ୍ଚ, ଛତା, କମ୍ବଳ ଆଦି ଉପହାର ଦିଆଯାଉଛି । ତେବେ ଲକି ଡ୍ର ମାଧ୍ୟମରେ ଲୋକଙ୍କ ମଧ୍ୟରେ ବିଜେତାଙ୍କୁ ବଛାଯିବ । ଏହି ଯୋଜନା ଗତ ୧୭ ତାରିଖଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଟିକାକରଣ ଅଭିଯାନକୁ ଆଗେଇ ନେବା ପାଇଁ ବୈତୁଲର ଜିଲ୍ଲାପାଳ କିଛି ସମାଜସେବୀଙ୍କ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ଜିଲ୍ଲାରେ ୪୦୦ରୁ ଅଧିକ ଟିକାକେନ୍ଦ୍ରରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଗତ ୧୫ ତାରିଖ ମଧ୍ୟରେ ଜିଲ୍ଲାରେ ପ୍ରାୟ ୮ ଲକ୍ଷ ୧୦ ହଜାର ପ୍ରଥମ ଓ ଦୁଇ ଲକ୍ଷ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Get real time updates directly on you device, subscribe now.