fbpx

‘ଫିଟ୍‌ ଟୁ ଫ୍ଲାଇ’ ସାର୍ଟିଫିକେଟ୍‌ ମିଳିଲେ ଭାରତ ଫେରିବେ ତିନି କ୍ରିକେଟ୍‌ କୋଚ୍‌, କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରି ପ୍ରମାଣପତ୍ର ଅପେକ୍ଷାରେ….

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଅବସରରେ କରୋନାରେ ଆକ୍ରାନ୍ତ ହୋଇଥିବା ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ,ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର ସୁସ୍ଥ ହୋଇ ସ୍ୱଦେଶ ଫେରିବା ଅପେକ୍ଷାରେ ଅଛନ୍ତି । ମାତ୍ର ଭାରତ ଆସିବା ପାଇଁ ଫିଟ୍‌ ଟୁ ଫ୍ଲୟ ସାର୍ଟିଫିକେଟ ନ ମିଳିଲେ ଫେରିବା ସମ୍ଭବ ନୁହେଁ । ଏହି ତିନି କୋଚ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରି ଥିଲେ ହେଁ ଏହି ପ୍ରମାଣପତ୍ର ନ ମିଳିବା ଯାଏ ଭାରତ ଫେରି ପାରିବେ ନାହିଁ ।

ସୂଚନା ଯୋଗ୍ୟ ଯେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ କୋଚଙ୍କ ସହିତ ଦଳର ଜୁନିୟର ଫିଜିଓ ଯୋଗେଶ ପାର୍ମର ମଧ୍ୟ ଏହି ମହାମାରର ଶୀକାର ହୋଇଥିଲେ । ତେଣୁ ଖେଳାଳି ମାନେ କରୋନାରେ ଆକ୍ରାନ୍ତ ହେବା ଭୟ କରି ଇଂଲଣ୍ଡ ବି କ୍ଷ ପଞ୍ଚମ ଟେଷ୍ଟ ଖେଳିବାକୁ ମନା କଲେ । ଯାହା ଫଳରେ ଏହି ମ୍ୟାଚ ବାତିଲ ଘୋଷଣା ହୋଇଥିଲା । ବିସିସିଆଇର ବିନା ଅନୁମତିରେ ଶାସ୍ତ୍ରୀ ଲଣ୍ଡନରେ ଅନୁଷ୍ଠିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ଫଳରେ ଭାରତୀୟ ଦଳ ଭୟ କରି ପଞ୍ଚମ ଟେଷ୍ଟ ଖେଳିଲେ ନାହିଁ । ତେଣୁ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିଛି ।

Get real time updates directly on you device, subscribe now.