fbpx

ଧାରଣାରେ ବସିଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡ଼ା, ୨୨ା୨(ଓଡ଼ିଶା ଭାସ୍କର): ଆଜି ଅନୁପ ସାଏଙ୍କ ପରିବାର ଧାରଣାରେ ବସିଥିବା ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଧାରଣାରେ ବସିଛନ୍ତି ଅନୁପଙ୍କ ବଡ଼ ଭାଇ, ମା, ପତ୍ନୀ, ପୁଅ ଓ ପୁତୁରା । ଅନୁପ ସାଏଙ୍କ ସହ ଭେଟ କରିବାକୁ ଦିଆଯାଇନଥିବା ଅଭିଯୋଗରେ ସେମାନେ ଧାରଣାରେ ବସିଛନ୍ତି । ଏହାସହ ଛତିଶଗଡ଼ ପୋଲିସ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଡ଼ବଲ ମର୍ଡ଼ର ମାମଲାରେ ଗିରଫ ହୋଇଥିଲେ । ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ପୋଲିସର ୩ଦିନିଆ ରିମାଣ୍ଡର ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜିର କରାଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.