fbpx

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, ୨୨ା୨: ଆଜି ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଖେଳାଳିଙ୍କ ଭିତରେ ଥିବା ଶକ୍ତିକୁ ଅନୁଭବ କରିପାରୁଛି । ଦେଶର ଇତିହାସରେ ପ୍ରଥମ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓଡ଼ିଶାରେ ହେଉଛି । ଏନେଇ ଓଡ଼ିଶା ସରକାର ଓ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଖେଳ ଓ ଫିଟନେସ୍ ପାଇଁ ଏ ପ୍ରୟାସ ସଫଳ ହେବ । କ୍ରୀଡ଼ା ଆନ୍ଦୋଳନ ଦେଶର ପ୍ରତି କୋଣରେ ପହଞ୍ଚିବ । ପ୍ରତିଷ୍ଠା ଅନ୍ୱେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ଖେଲୋ ଇଣ୍ଡିଆ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ାରେ ୮୦ଟି ରେକର୍ଡ଼ ଭାଙ୍ଗିଛି । ରେକର୍ଡ଼ ଭାଙ୍ଗିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ୫୭ଜଣ ଝିଅ ଥିଲେ । ଛୋଟ ସହରରେ ପିଲାଏ ଏହି ସଫଳତା ପାଇଛନ୍ତି । ସାଧାରଣ ପରିବାରର ପିଲାଏ ଦେଶ ପାଇଁ ନୂଆ ଆଶା ସଞ୍ଚାର କରିଛନ୍ତି ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.