fbpx

ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFOଙ୍କ ହେଲା ଲାଇ ଡିଟେକ୍ସନ୍ ଟେଷ୍ଟ, ୩ ଘଣ୍ଟାରେ ୧୦୦ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଫରେନସିନ୍ ଲ୍ୟାବ୍ ରେ ଲାେଇ ଡିଟେକ୍ସନ୍ ଟେଷ୍ଟ କରାଯାଇଥିଲା । ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ଟେଷ୍ଟରେ ଡିଏଫଓଙ୍କୁ ପ୍ରାୟ ୧୦୦ ପ୍ରଶ୍ନ ପଚରଯାଇଥିବା ସୂଚନା ମିଳିଛି । ତେବେ ଖାଲି ଡିଏଫଓ ନୁହଁନ୍ତି ବରଂ ତାଙ୍କ ସହିତ ଆଉ ଜଣଙ୍କର ବି ଏହି ଟେଷ୍ଟ କରାଯାଇଛି ବୋଲି ସୂଚନା ମିଳିଛି । ସେ ହେଉଛନ୍ତି ରୋଷେୟା ମନ୍ମଥ କୁମ୍ଭ ।

Get real time updates directly on you device, subscribe now.