fbpx

ବଡି ବନାଇବା ନିଶାରେ ଅଧିକ ମାତ୍ରାରେ ପ୍ରୋଟିନ୍ ନେଉଛନ୍ତି କି? ଶରୀର ହୋଇଯିବ ବର୍ବାଦ

ଓଡ଼ିଶା ଭାସ୍କର ବ୍ୟୁରୋ: ଶରୀରର ଉତ୍ତମ ରୂପରେ ବିକାଶ ପାଇଁ ତଥା ସୁସ୍ଥ ରହିବା ପାଇଁ ପ୍ରୋଟିନ୍ ର ଖୁବ୍ ଆବଶ୍ୟକତା ରହିଛି । ଏହି କ୍ରମରେ ଆନିମଲ୍ ପ୍ରୋଟିନ୍ ରେ ମାଂସ, ମାଛ, ଚିକେନ୍ ଏବଂ କ୍ଷୀର ଜାତୀୟ ପଦାର୍ଥ ଆସିଥାଏ । ସେହିପରି ଅନ୍ୟପଟେ ପ୍ଲାଣ୍ଟ ଫୁଡ୍ ପ୍ରୋଟିନ୍ ରେ ବିନ୍, ନଟ୍ସ ଏବଂ ଶସ୍ୟଜାତୀୟ ପଦାର୍ଥ ରହିଥାଏ । ବୟସ୍କଙ୍କ ପାଇଁ ଏସବୁ ପ୍ରତ୍ୟେକ ଦିନ ଜରୁରୀ ଅଟେ । ତାହା ପୁଣି ଶରୀରର ଓଜନ ହିସାବରେ ୦.୮ ଗ୍ରାମ, ପିଲାଙ୍କ ପାଇଁ ୧.୫ ଗ୍ରାମ ଏବଂ ଯୁବକ-ଯୁବତୀଙ୍କ ପାଇଁ ୧.୦ ଗ୍ରାମ ପ୍ରୋଟିନ୍ ର ଆବଶ୍ୟକତା ରହିଥାଏ । ତେବେ ଅନେକ ଆଥଲେଟ୍ ମାନେ ବି ଶରୀରରେ ମଜବୁତ୍ ପଣ ଆଣିବାକୁ ହାଇପ୍ରୋଟିନ୍ ନେଇଥାନ୍ତି । ଅନେକ ବୈଜ୍ଞାନିକ ଦାବି କରିଛନ୍ତି ଯେ, ହାଇପ୍ରୋଟିନ୍ ଡାଇଟ୍ ନେବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।

ପ୍ରତିଦିନ କେତେ ମାତ୍ରାରେ ପ୍ରୋଟିନ୍ ନେବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ପ୍ରତିଦିନ ୫୬ ଗ୍ରାମ ଏବଂ ମହିଳାଙ୍କ ପାଇଁ ୪୬ ଗ୍ରାମ ନେବା ଜରୁରୀ ବୋଲି ଧରାଯାଇଥାଏ । ଆପଣ ମାନେ କମ୍ ବସା ଯାଇଥିବା ଦହି, ଚିକେନ୍ ବ୍ରେଷ୍ଟ୍ ଏବଂ ଗୋଟିଏ ଗିନା କ୍ଷୀରରୁ ୪୬ ଗ୍ରାମ ପ୍ରୋଟେିନ ପାଇପାରିବେ । ଓଜନ ହିସାବରେ ଯଦି ଦେଖିବା ତେବେ ୬୩ କିଲୋଗ୍ରାମ ବ୍ୟକ୍ତିଙ୍କ ପାଇଁ ୫୧ ଗ୍ରାମ ପ୍ରୋଟିନ୍ ର ଆବଶ୍ୟକତା ପଡେ । ଜଣେ ସୁସ୍ଥ ବ୍ୟକ୍ତି ପାଇଁ ୧୦ ପ୍ରତିଶତ କ୍ୟାଲୋରୀ ପ୍ରୋଟିନ୍ ରୁ ଆସିବା ଦରକାର । ରେଡ୍ ମିଟ୍ ଜାଗାରେ ମାଛ, ଦହି ଏବଂ ବିନ୍ସ ଦ୍ୱାରା ପ୍ରୋଟିନ୍ ର ମାତ୍ରା ବଢ଼ାଯାଇପାରିବ ।

ତେବେ ପ୍ରୋଟିନ୍ ମାସଂପେଶୀ, ଅଙ୍ଗପ୍ରତ୍ୟଙ୍ଗ ଏବଂ ହାଡ଼ର ବିକାଶ ପାଇଁ ଖୁବ୍ ଜରୁରୀ କିନ୍ତୁ ମାତ୍ରାଧିକ ପ୍ରୋଟିନ୍ ଶରୀରରେ ଫ୍ୟାଟ୍ ଆକାରରେ ଜମା ହୋଇଯାଏ । ଏହାଦ୍ୱାରା ମୋଟପଣ ବଢ଼ିଥାଏ । ଏକ୍ସପର୍ଟଙ୍କ କହିବାନୁସାରେ, ମାଂସ, ମାଛ ଓ ଚିକେନ୍ ଜରିଆରେ ଅଧିକ ପ୍ରୋଟିନ୍ ନେବା ଦ୍ୱାରା ଡାଇରିୟା ଭଳି ସମସ୍ୟା ଦେଖାଦିଏ । ପାନୀୟ ଆକାରରେ ନେଉଥିବା ଅଧିକ ପ୍ରୋଟିନ୍ ଦ୍ୱାରା ବାରମ୍ବାର ବାରମ୍ବାର ବାଥରୁମ୍ ଯିବା ଭଳି ସ୍ଥିତି ଉପୁଜିବ । ମାତ୍ରାଧିକ ପ୍ରୋଟିନ୍ ହାର୍ଟ ଓ କିଡନି କୁୁ କ୍ଷତି ପହଞ୍ଚାଇଥାଏ ।

Get real time updates directly on you device, subscribe now.