fbpx

ଆପଣଙ୍କର ରହିଛି କି ଏହି ଅଭ୍ୟାସ? ହୋଇଯିବେ କାଙ୍ଗାଳ, ଅର୍ଥ ସମସ୍ୟା ସହିତ ମିଳିବନି ମା’ ଲକ୍ଷ୍ମୀଙ୍କ କୃପା

‘ଧନ ଓ ସ୍ୱାସ୍ଥ୍ୟ’ ସମସ୍ତ ଜୀବନରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଯଦି ଟଙ୍କାର ଅଭାବ ହୁଏ ବା ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ବଡ଼ ବଡ଼ ଲୋକଙ୍କର ବି ଅବସ୍ଥା ଖରାପ ହୋଇଯାଏ । ଅନେକ ଜିନିଷ ମଣିଷ ହାତରେ ନଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ, ଛୋଟ ଛୋଟ ଅଭ୍ୟାସ ଆପଣଙ୍କ ଆର୍ଥିକ ଓ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଯଦି ମା ଲକ୍ଷ୍ମୀଙ୍କ କୃପା ଚାହାଁନ୍ତି ତେବେ କିଛି ଖରାପ ଅଭ୍ୟାସ ଛାଡି ଭଲ ଅଭ୍ୟାସ ଆପଣେଇବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ଅଭ୍ୟାସ ବିଷୟରେ, ଯାହା ଫଳରେ ମା ଲକ୍ଷ୍ମୀ ରାଗନ୍ତି ଓ ଅର୍ଥ ସମସ୍ୟା ଲାଗିରହେ ।

୧- ଅନେକ ଲୋକଙ୍କର ଶେଯରେ ବସି ଖାଇବାର ଅଭ୍ୟାସ ରହିଛି । ବାସ୍ତୁ ଶାସ୍ତ ଅନୁସାରେ ଏହି ଅଭ୍ୟାସକୁ ଭୁଲ ଭାବେ ଗଣାଯାଏ । ଏପରି ଲୋକଙ୍କ ଘରେ ସମୃଦ୍ଧି କେବେ ଆସିନଥାଏ । ସେମାନଙ୍କ ସଫଳତାରେ ବାଧା ଆସିଥାଏ । ଋଣ ଭାର ବଢ଼ିଥାଏ ଓ ଶରୀର ଅସୁସ୍ଥ ରହିଥାଏ ।

୨- ଘରର ମୁଖ୍ୟ ସ୍ଥାନ ହୋଇଥାଏ ରୋଷେଇ । ତେଣୁ ରୋଷେଇ ଘରକୁ ସର୍ବଦା ସଫା ରଖନ୍ତୁ । ଅଇଁଠା ବାସନ ରଖନ୍ତୁ ନାହିଁ । କୁହାଯାଏ କି, ଅଇଁଠା ବାସନ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଉପୁଜିଥାଏ । ରାତିର ବାସନ ସଫାକରି ଶୋଇବା ଉଚିତ୍ ।

୩- ରାତିର ସମୟରେ ବାଥରୁମରେ କେବେ ବି ଖାଲି ବାଲ୍ଟି ରଖିବା ଉଚିତ୍ ନୁହେଁ, ଏଥିରେ ନକାରାତ୍ମକତା ଆସିଥାଏ । ସେହିପରି ରୋଷେଇ ଘରେ ବି ଖାଲି ବାଲ୍ଟି ରଖିବା ଅଶୁଭ ହୋଇଥାଏ । କୁହାଯାଏ ଯେ, ଯଦି ରୋଷେଇ ଘରେ ବାଲ୍ଟିରେ ପାଣି ଭର୍ତ୍ତି କରି ରଖନ୍ତି, ତେବେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହା ସହ ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ ।

୪- କେବେ ବି ରାତିର ସମୟରେ ଦାନ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଦାରିଦ୍ରତା ଆସିଥାଏ । ଏହା ବ୍ୟତୀତ କ୍ଷୀର, ଦହି ଓ ଲୁଣ ମାଗିଲେ ବି ଦେବା କଥା ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ହୋଇପାରେ ।

Get real time updates directly on you device, subscribe now.