fbpx

ପ୍ୟାଣ୍ଟ ବୋତାମ ଦେବାକୁ ଭୁଲିଗଲେ ; ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଉର୍ଫି ଜାଭେଦ୍

ନୂଆଦିଲ୍ଳୀ: ପୁଣି ଥରେ ନିଜର ଅଜବ କପଡା ପିନ୍ଧା ଶୈଳୀକୁ ନେଇ ଚର୍ଚ୍ଚାରେ ଅଛନ୍ତି ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ୍ । ପୂର୍ବରୁ ନିଜର ଏୟାରପୋର୍ଟ ଲୁକକୁ ନେଇ ଚର୍ଚ୍ଚାରେ ଥିବା ଉର୍ଫି ପୁଣି ଥରେ ସମାନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । କେବଳ ବ୍ରା ପିନ୍ଧି ଏୟାରପୋର୍ଟ ଆସିବା ପାଇଁ ଟ୍ରୋଲ ହୋଇଥିବା ଏହି ବିଗବସ ଓଟିଟି ଅଂଶଗ୍ରହଣକାରୀ ପୁଣି ଥରେ ଅନଲାଇନ ଟ୍ରୋଲର ଶିକାର ହୋଇଛନ୍ତି । ବୁଧବାର ଉର୍ଫି ଏୟାରପୋର୍ଟକୁ ଏକ ପ୍ୟାଣ୍ଟ ଓ ଟପ୍ ପିନ୍ଧି ଆସିଥିଲେ । ତେବେ ଉର୍ଫିଙ୍କ ପ୍ୟାଣ୍ଟର ବୋତାମ ଦିଆଯାଇନଥିଲା ।
ଭିରାଲ ବିୟାନୀ ଏହାର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ । ଏହି ଭିଡିଓଟି ବେଶ ଭାଇରାଲ ହେବା ସହିତ ଇନଷ୍ଟାଗ୍ରାମରେ ଟ୍ରୋଲ ହୋଇଥିଲେ ଉର୍ଫି । ଶସ୍ତା ଲୋକପ୍ରିୟତା ପାଇଁ ଆଜି କାଲି କିଛି ବି କରି ଦେଉଛନ୍ତି ବୋଲି ଜଣେ ବ୍ୟବହାର କାରୀ ଲେଖିଥିଲେ । ଅନ୍ୟ ଜଣେ ଲେଖିଥିଲେ ତରତରରେ ପ୍ୟାଣ୍ଟର ବୋତାମ ଦେବାକୁ ଭୁଲି ଯାଇଛନ୍ତି ଭଉଣୀ । ଏପରିକି କିଛି ବ୍ୟବହାରକାରୀ ଅଶ୍ଲୀଳ ଶବ୍ଦର ପ୍ରୟୋଗ କରିବାକୁ ମଧ୍ୟ ପଛାଇନଥିଲେ । ଟେଲିଭିଜନର ଏହି ଲୋକପ୍ରିୟ ଅଭିନେତ୍ରୀ ଜଣଙ୍କ ଚନ୍ଦ୍ର ଚାନ୍ଦନୀ, ମେରୀ ଦୁର୍ଗା, ବେପନାହ, ଜିଜି ମା ଔର ଡାୟନ ଭଳି ସିରିଏଲରେ ନଜର ଆସିଛନ୍ତି ଉର୍ଫି । ଏହା ବାଦ ସେ ବିଗବସ ଓଟିଟିରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ମାତ୍ର ୮ ଦିନ ମଧ୍ୟରେ ସେ ଶୋରୁ ବାହାରି ଯାଇଥିଲେ ।

Get real time updates directly on you device, subscribe now.