fbpx

କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ବିଶ୍ଵକପ୍ ହକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଫେରିଲା ହକି ମହାକୁମ୍ଭ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁ ଯାଉଛି ଦ୍ୱାଦଶତମ ଜୁନିୟର୍ ହକି ବିଶ୍ୱକପ୍ । ତେବେ ଏହି ପରିପ୍ରେକ୍ଷୀରେ ବିଶ୍ୱକପର ଟ୍ରଫି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସଭା ଭବନର ନୂଆ କନଭେନସନ ହଲରେ ଉନ୍ମୋଚନ ହୋଇଛି ଟ୍ରଫି । ଏହି ସମୟରେ ଏଫଆଇଏଚ୍ ସଭାପତି ନରେନ୍ଦ୍ର ବାତ୍ରା ଉପସ୍ଥିତ ଥିଲେ ।

ସୂଚନା ଯେ, ନଭେମ୍ବର ୨୫ରୁ ଡିସେମ୍ବର ୫ ତାରିଖ ଯାଏ ମ୍ୟାଚ୍ ଚାଲିବ । କଳିଙ୍ଗ ଷ୍ଟାଡିୟମ୍ ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଅଧିକାର ମିଳିଛି। ଏହା ପ୍ରଥମେ ଆସାମର ସୌଦାବୀରେ ଆୟୋଜିତ ହେବାର ଥିଲା । ଆସାମ ସରକାର ଭକ୍ତ ପ୍ରତିଯୋଗିତାରୁ ଓହରି ଯିବା ପରେ ଇଣ୍ଡିଆ ପକ୍ଷରୁ ଓଡିଶା ସରକାରଙ୍କୁ ମ୍ୟାଚ୍ ଅନୁଷ୍ଠିତ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ଆୟୋଜିତ ହୋଇଥିବାବେଳେ ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ହେବ।

 

Get real time updates directly on you device, subscribe now.