fbpx

ମଦ ନିଶାରେ ଏହି କାରଣରୁ ଇଂରାଜୀ ସ୍ପଷ୍ଟ କହିଥାନ୍ତି ଲୋକେ, ଅଧ୍ୟୟନରୁ ହେଲା ଖୁଲାସା

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ ଲକ୍ଷ୍ୟ କରିଥିବେ ଯେ ଅନେକ ଲୋକ ମଦ ନିଶାରେ ଇଂରାଜୀ କହିବାକୁ ଲାଗନ୍ତି । କେବଳ ଇଂରାଜୀ ନୁହେଁ ଅନେକ ପ୍ରକାରର ଭାଷା ବି କହିବାକୁ ଲାଗନ୍ତି । ହୋସ୍ ଥିବା ସମୟରେ ଯେତିକି କଥା କୁହନ୍ତି ନାହିଁ, ସେତିକି କଥା ସେମାନେ ମଦ ନିଶାରେ କହିବାକୁ ଲାଗନ୍ତି । ଏମିତିକି ବିଭିନ୍ନ ପ୍ରକାରର ଅଜବ-ଗଜବ ହରକତ୍ କରିବାକୁ ଲାଗନ୍ତି । ନିଜ ଉପରେ ନିୟନ୍ତ୍ରଣ ହରାଇ ବସିବା ସହିତ ବିଭିନ୍ନ ପ୍ରକାରର ରୂପ ଲୋକମାନଙ୍କର ଦେଖିବାକୁ ମିଳେ । ତେବେ ଆପଣ ମାନେ ଜାଣିଛନ୍ତି କି ଲୋକମାନେ ମଦ ନିଶାରେ କାହିଁକି ଓ କିପରି ଇଂରାଜୀ କୁହନ୍ତି? ଯେତେବେଳେ କି ସେମାନେ ହୋସ୍ ରେ ଥିବା ବେଳେ ଇଂରାଜୀ କହିବାକୁ ପଛଘୁଞ୍ଚା ଦେଇଥାନ୍ତି ।

ଆପଣ ମାନେ ଜାଣି ରଖନ୍ତୁ ଯେ, ଯେତେବେଳେ ଜଣେ ବ୍ୟକ୍ତି ମଦ ନିଶାରେ ଥାଏ ସେତେବେଳେ ସେ ବିନା କୌଣସି ଲାଜରେ ଇଂରାଜୀ କହିଯାଏ । କାରଣ ସେ ସମୟରେ ବ୍ୟକ୍ତିଟି ନିଜ ନିୟନ୍ତ୍ରଣରେ ନଥାଏ । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ମଦ ନିଶାରେ ଥିବା ସମୟରେ ଲୋକଙ୍କୁ ଅନ୍ୟ ଭାଷା ଶିଖିବାରେ ସାହାଯ୍ୟ ହୋଇଥାଏ । ୟୁନିଭର୍ସିଟି ଅଫ୍ ଲିଭରପୁଲ୍ କଲେଜ୍ ଏବଂ ନେଦରଲାଣ୍ଡ ଅଫ୍ ମାଷ୍ଟ୍ରିଚ୍ ର ରିସର୍ଚ୍ଚର୍ ମାନେ ଏହି ଉପରେ ଅନେକ ପ୍ରକାରର ଅଧ୍ୟୟନ କରିଛନ୍ତି ।

ଏଥିରୁ ଜଣାପଡ଼ିଛି ଯେ, ମଦ ନିଶାରେ ଲିଙ୍ଗୁଇଷ୍ଟିକ୍ ପ୍ରୋଫିସିଏନସି ଭାଷାର ଦକ୍ଷତା ବଢ଼ିଯାଏ । ଏହି ରିସର୍ଚ୍ଚ ରେ ଡଚ୍ ଭାଷା ଶିଖୁଥିବା ୫୦ ଜଣଙ୍କୁ ସାମିଲ କରାଯାଇଥିଲା । କିଛି ଲୋକଙ୍କୁ ସେମାନଙ୍କ ଡ୍ରିଙ୍କ୍ ରେ ହାଲୁକା ମାତ୍ରାରେ ଆଲକୋହଲ ମିଶାଇ ଦିଆଗଲା ଓ କିଛିଙ୍କୁ ଦିଆଗଲା ନାହିଁ । ଏହାପରେ ନେଦରଲାଣ୍ଡର ଲୋକମାନଙ୍କ ସହିତ ଜର୍ମାନ୍ ଲୋକମାନଙ୍କୁ ଡଚ୍ ଭାଷାରେ କଥା ହେବାକୁ କୁହାଯାଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ, ଯେଉଁ ମାନେ ଆଲକହଲ୍ ପିଇଥିଲେ ସେମାନେ ଭାଷାକୁ ସ୍ପଷ୍ଟ କହିଥିଲେ ।

Get real time updates directly on you device, subscribe now.