fbpx

ମସାଜ୍ କରିବାକୁ ଯାଉଛନ୍ତି କି? ଏବେ ସ୍ପା ସେଣ୍ଟରରେ ରହିବନି କୁଣ୍ଡୀ, ଜାରି ହେଲା ନୂଆ ନିୟମ

ନୂଆଦିଲ୍ଲୀ: ନଗର ନିଗମ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସ୍ପା ମସାଜ୍ ସେଣ୍ଟର ଗୁଡ଼ିକ ପାଇଁ ନୁତନ ନିୟମ ଲାଗୁ କରାଯାଇଛି । ନିୟମରେ କୁହାଯାଇଛି ଯେ, ଏବେ ଠାରୁ ସ୍ପା ସେଣ୍ଟର ଗୁଡ଼ିକର କବାଟରେ କୁଣ୍ଡୀ ରହିବ ନାହିଁ । ଏହା ସହିତ ସ୍ପା ସେଣ୍ଟର ସବୁରେ କ୍ରାସ୍ ଜେଣ୍ଟର ମାଲିସ୍ ପାଇଁ ବି ଅନୁମତି ଦିଆଯିବ ନାହିଁ । ଏହା ସହିତ ନୂଆ ନିୟମ ଅନୁସାରେ, ଏବେ ଗ୍ରାହକ ମାନେ ନିଜର ଫଟୋ ଆଇଡି ଦେଖାଇବାକୁ ହେବ ।

ଗ୍ରାହକ ମାନଙ୍କର ଫଟୋ ଆଇଡି ସହିତ ଫୋନ୍ ନମ୍ବର ମଧ୍ୟ ରେଜିଷ୍ଟର୍ କରିବାକୁ ହେବ । ଏହା ସହିତ ସ୍ପା ସେଣ୍ଟର ସବୁ ସକାଳ ୯ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରଖାଯିବ । ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଚେଜିଂ ରୁମ୍ ରହିବ । ଖାଲି ସେତିକି ନୁହେଁ ସ୍ପା ସେଣ୍ଟର ଗୁଡ଼ିକୁ ନିଜର ସ୍ଥାନୀୟ ପୋଲିସ୍ ଷ୍ଟେସନ୍ ରୁ ସାର୍ଟିଫକେଟ୍ ନେବାକୁ ହେବ ବୋଲି ନଗର ନିଗମ ପକ୍ଷରୁ ଆଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.