fbpx

T20 World Cup Anthem: ଆଇସିସି ଲଞ୍ଚ କଲା ଟି-୨୦ ବିଶ୍ୱକପର ଥିମ୍ ସଙ୍ଗ, କୋହଲୀ-ପୋଲାର୍ଡ ଆସିଲେ ନଜର

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟ ଆଗାମୀ ଟି -୨୦ ବିଶ୍ୱକପ୍ ର ଥିମ୍ ସଙ୍ଗ ଲଞ୍ଚ ହୋଇଛି । ଟି-୨୦ ବିଶ୍ୱକପ୍ ର ପ୍ରଚାର ଅଭିଯାନ ପାଇଁ ଆଇସିସି ପକ୍ଷରୁ ଥିମ୍ ସଙ୍ଗ ଆଉଟ୍ ହୋଇଛି । ଏଥିରେ ଭାରତୀୟ କିମ୍ବଦନ୍ତୀ ଖେଳାଳୀ ବିରାଟ କୋହଲି ଏବଂ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରନ୍ ପୋଲାର୍ଡଙ୍କ ସମେତ ଅନେକ ପ୍ରମୁଖ ଖେଳାଳୀ ନଜର ଆସିଛନ୍ତି । ପ୍ରମୋସନାଲ ସଙ୍ଗ୍ ରେ ବିରାଟ କୋହଲୀ, କାଇରନ୍ ପୋଲାର୍ଡ, ଗ୍ଲେନ୍ ମାକ୍ସୱେଲ୍, ରସିଦ୍ ଖାନ୍ ଆଦି ନଜର ଆସିଛନ୍ତି ।

ତେବେ ଏହି ଆନଥେମ୍ ର ନାଁ ରଖାଯାଇଛି “Live the game” । ଅକ୍ଟୋବର ୧୭ରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ । ନଭେମ୍ବର ୧୪ ରେ ଦୁବାଇରେ ଫାଇନାଲ ଖେଳାଯିବ । ବଲିଉଡ ସଂଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ରଚନା ହୋଇଥିବା ଆନିମେଟେଡ୍ ସଙ୍ଗ୍ ରେ ସାରା ବିଶ୍ୱର ଯୁବ ଟି-୨୦ ପ୍ରଶଂସକ ଏବଂ ଖେଳର କିଛି ଦିଗ୍ଗଜଙ୍କୁ ସାମିଲ କରାଯାଇଛି ।

Get real time updates directly on you device, subscribe now.