fbpx

ଦୁଷ୍କର୍ମକାରୀକୁ ଅଜବ ଦଣ୍ଡ! ମାଗଣାରେ ୬ ମାସ ପାଇଁ ଗାଁର ସମସ୍ତ ମହିଳାଙ୍କର କପଡ଼ା ଧୋଇବା ସହ ଆଇରନ୍ କରିବ ଯୁବକ

ନୂଆଦିଲ୍ଲୀ: ବିହାରର ମଧୁବନୀ ଅଞ୍ଚଳରେ ଜଣେ ଦୁଷ୍କର୍ମକାରୀକୁ ଅଜବ ଦଣ୍ଡ ଦେଇଛନ୍ତି କୋର୍ଟ । ଦୁଷ୍କର୍ମକାରୀ ମାଗଣାରେ ୬ ମାସ ପାଇଁ ମହିଳାଙ୍କର କପଡ଼ା ଧୋଇବ । ଏଥିସହ ଆଇରନ୍ ମଧ୍ୟ କରିବ ବୋଲି ଏଡିଜେ କୋର୍ଟ ଯୁବକଙ୍କ ପାଇଁ ଦଣ୍ଡ ଶୁଣାଇଛନ୍ତି ।

ଜଣାପଡ଼ିଛି ଯେ, ୨୦ ବର୍ଷୀୟ ଲଲନ କୁମାର ଗତ ଏପ୍ରିଲ ମାସ ୧୭ରେ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଓ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଅଭିଯୁକ୍ତକୁ ଏପ୍ରିଲ ୧୯ରେ ଗିରଫ କରାଯିବା ସହ ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଥିଲା । ଗ୍ରାମର ସମସ୍ତ ମହିଳାଙ୍କର କପଡ଼ା ମାଗଣାରେ ଧୋଇବା ସହ ଆଇରନ କରିବା ସର୍ତ୍ତରେ ରାଜି ହେବା ପରେ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଏଥିସହ କୋର୍ଟ ୧୦ ହଜାର ଟଙ୍କାର ଦୁଇଜଣ ଜାମିନଦାର ଦେବାକୁ ମଧ୍ୟ କହିଥିଲେ । ଆସନ୍ତା ୬ ମାସ ପରେ ଗ୍ରାମର ମୁଖିଆ ବା ସରପଞ୍ଚ ସରକାରୀ ଅଧିକାରୀଙ୍କୁ ସର୍ତ୍ତ ପୂରଣ ନେଇ ଏକ ପ୍ରମାଣପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.