fbpx

ତାଲିବାନର ବର୍ବରତା: ୪ ଜଣଙ୍କୁ ମାରି ଛକ ମଝିରେ ଟାଙ୍ଗିଲା ଦେଲା ….

କାବୁଲ୍‌ : ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେବା ପରେ ଆଫଗାନିସ୍ତାନର ସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ନାଗରିକ ଅଧିକାରର ଉଲ୍ଲଂଘନ ହେଉଛି । ଆଫଗାନିସ୍ତାନରେ ସରିଆ ଆଇନ ଅନୁଯାୟୀ ଲୋକଙ୍କୁ କଠୋର ଦଣ୍ଡ ଦେଉଛି ତାଲିବାନ । ଆଉ ଏହାର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ୪ଜଣ ବ୍ୟକ୍ତିଙ୍କୁ ମାରି ସର୍ବସାଧାରଣ ଛକ ମଝିରେ କ୍ରେନ୍‌ରେ ଝୁଲାଇ ଦେଇଛି ତାଲିବାନ । ଆଉ ଏହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଆଫଗାନିସ୍ତାନର ଜଣେ ସାମ୍ବାଦିକ ଏହି ଭିଡ଼ିଓ ସେୟାର କରିଛନ୍ତି ।

ସେ ଲେଖିଛନ୍ତି ଯେ, ତାଲିବାନ ଏବେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦେବା ଆରମ୍ଭ କରିଛି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଲୋକଙ୍କୁ ଉପରେ ଅତ୍ୟାଚାର ଆରମ୍ଭ କରିଛି । ଏପରିକି ତାଲିବାନ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ମାରି ସେମାନଙ୍କ ମୃତଦେହକୁ ସହରର ଛକ ମଝିରେ ଝୁଲାଇ ଦେଉଛି । ତେବେ ତାଲିବାନ ପକ୍ଷରୁ କୁହାଯାଇଛି, ମୃତକ ୪ ଜଣ ଅପହରଣ କରିଥିଲେ । ଯାହାଙ୍କୁ ପୋଲିସ ମାରିବା ପରେ ଏମାନଙ୍କ ମୃତଦେହକୁ ତାଲିବାନ ଛକ ମଝିରେ ଝୁଲାଇବାକୁ ଆଣିଥିଲା । ଏହାପୂର୍ବରୁ ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ, ତାଲିବାନ ଶାସନରେ ବିଭିନ୍ନ ଅପରାଧ ପାଇଁ ଅପରାଧୀଙ୍କ ହାତ କାଟିବା ଓ ଫାଶୀ ଦଣ୍ଡ ଦେବା ବନ୍ଦ ହେବ ନାହିଁ । ତାଲିବାନର କ୍ରୁର ଶାସନ ଫଳରେ ସାଧାରଣ ଲୋକଙ୍କ ଅବସ୍ଥା ଅତି ସଙ୍ଗୀନ ହୋଇପଡିଛି ।

Get real time updates directly on you device, subscribe now.