fbpx

ବାରୁଦ ଗାଡି ଧକ୍କାରେ ବାଇକ୍‌ ଆରୋହୀ ମୃତ, ଟ୍ରକ୍ ଜବତ

ନୂଆପଡ଼ା(ଭାସ୍କର ନ୍ୟୁଜ୍‌): ବାରୁଦ ଗାଡ଼ି ଧକ୍କାରେ ଯୁବକ ମୃତ୍ୟୁ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ୱର ଜାତୀୟ ରାଜପଥ ମିଶନ ସ୍ଥିତ ଲୋହରାପାଳି ପଂଚାୟତ ହାଇସ୍କୁଲ ସମ୍ମୁଖରେରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।

ସୂଚନା ମତେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଳନା ଗ୍ରାମର ଚନ୍ଦ୍ରଧ୍ୱଜ ବିଶି ଏକ ବାଇକ ଯୋଗେ ନୂଆପଡ଼ା ପଟୁ ଆସୁଥିଲେ । ୩୫୩ ନମ୍ୱର ଜାତୀୟ ରାଜପଥ ଲୋହରାପାଲି ହାଇ ସ୍କୁଲ ସାମନା ଠାରେ ଖଡ଼ିଆଳ ପଟୁ ଆସୁଥିବା ଏକ ବାରୁଦ ଗାଡି ଧକ୍କା ଦେଇଥିଲା । ଯାହାଫଳରେ ଚନ୍ଦ୍ରଧ୍ୱଜ ବିଶିଙ୍କ ମୁଣ୍ଡ ରେ ଭୀଷଣ ଆଘାତ ଲାଗିଥିଲା । ସାଙ୍ଗେ ସାଙ୍ଗେ ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ସବ ଇନିସପେକ୍ଟର ନବଘନ ଗଉଡ଼ଙ୍କୁ ପଠାଇଥିଲେ । ଗୁରୁତ୍ୱର ଚନ୍ଦ୍ରଧ୍ୱଜଙ୍କୁ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ବାରୁଦ ଗାଡିକୁ ଖଡ଼ିଆଳ ପୋଲିସ ଅଟକ ରଖିଛି । ସୂଚନାରୁ ପ୍ରକାଶ ଯେ ମୃତ ଚନ୍ଦ୍ରଧ୍ୱଜ ବିଶି ଙ୍କ ୨ ଗୋଟି ପୁଅ ଝିଅ ଥିବା ବେଳେ ତାଙ୍କ ସ୍ତ୍ରୀ ଅଙ୍ଗନବାଡ଼ି କାମ କରୁଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.