fbpx

ଆମାଜନ୍‌ର ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌’ ଅଫର୍, ଆସନ୍ତା ୪ରୁ ଆରମ୍ଭ ହେବ ସେଲ୍

ନୂଆଦିଲ୍ଲୀ: ଆମାଜନ୍‌ ଡଟ୍‌ ଇନ୍‌ର ଫେଷ୍ଟିଭ୍‌ ଇଭେଣ୍ଟ୍‌ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ (ଜିଆଇଏଫ୍‌)’ ୨୦୨୧ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ । କ୍ଷୁଦ୍ର ମଧ୍ୟମ ବ୍ୟବସାୟ (ଏସ୍‌ଏମ୍‌ବି)ଗୁଡିକୁ ସମର୍ଥନ କରିବା ନେଇ ନିଜର ପ୍ରତିବଦ୍ଧତାକୁ ଜାରି ରଖି ଆମାଜନ୍‌ ଜିଆଇଏଫ୍‌ ୨୦୨୧, ୪୫୦ ସହରରୁ ୭୫୦୦୦ରୁ ଅଧିକ ସ୍ଥାନୀୟ ଦୋକାନ ସମେତ ଲକ୍ଷ ଲକ୍ଷ କ୍ଷୁଦ୍ର ସେଲର୍‌ଙ୍କୁ ସମର୍ପିତ ରହିଛି । ଜିଆଇଏଫ୍‌ ୨୦୨୧ ଆମାଜନ୍‌ ଲଞ୍ଚ୍‌୍ୟାଡ୍‌, ଆମାଜନ୍‌ ସହେଲି, ଆମାଜନ୍‌ କାରିଗର ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅଧିନରେ ଆମାଜନ୍‌ ସେଲରଙ୍କ ଉତ୍ପାଦ ଏବଂ ପ୍ରମୁଖ ଭାରତୀୟ ଓ ଆନ୍ତର୍ଜାତୀୟ ବ୍ରାଣ୍ଡଗୁଡିକର ବିଭିନ୍ନ ବର୍ଗରେ ଥିବା ଉତ୍ପାଦକୁ ପ୍ରଦର୍ଶିତ କରିବ । ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ପ୍ରମୁଖ ବ୍ରାଣ୍ଡଗୁଡିକରୁ ୧ ହଜାରରୁ ଅଧିକ ନୂତନ ଉତ୍ପାଦ ଶୁଭାରମ୍ଭକୁ ସାମିଲ କରିବ ।

ଏସମ୍ପକରେ ଆମାଜନ୍‌ ଇଣ୍ଡିଆର ଉପାଧ୍ୟକ୍ଷ ମନିଷ ତିୱାରୀ କହିଛନ୍ତି ଯେ, “ଚଳିତ ବର୍ଷର ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ହେଉଛି ସ୍ଥାନୀୟ ଦୋକାନ ଏବଂ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡିକର ସ୍ଥିରତାର ଏକ ଉତ୍ସବ । ଆମେ ଆମର ଗ୍ରାହକଙ୍କୁ ସେମାନଙ୍କ ଘରର ସୁରକ୍ଷା ଓ ଆରାମରେ ରହି ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ହେବା ଲାଗି ସେମାନଙ୍କର ଖୁସିୟୋଁ କେ ଡିବ୍‌ବେର ଦ୍ରୁତ ଡେଲିଭରି ସୁନିଶ୍ଚିତ କରି ବିସ୍ତୃତ ସିଲେକ୍ସନ, ମୂଲ୍ୟ, ସୁବିଧା ପ୍ରଦାନ କରିବା ପାଇଁ ସେମାନଙ୍କ ଲାଗି ଉଦ୍ଭାବନ କରିବା ଜାରି ରଖିବୁ ।

Get real time updates directly on you device, subscribe now.