fbpx

ବାତ୍ୟା ‘ଗୁଲାବ’କୁ ନେଇ ଏସଆରସିଙ୍କ ପ୍ରେସମିଟ୍, କ୍ଷୟକ୍ଷତି ନେଇ କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଗୁଲାବକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ପ୍ରେସମିଟ୍ ରେ ସେ କହିଛନ୍ତି ଯେ, ୨ ରୁ ୩ ଘଣ୍ଟା ଭିତରେ ଓଡ଼ିଶା ଅତିକ୍ରମ କରିବ ‘ଗୁଲାବ’ । ଏବେ ତୀବ୍ର ଅବପାତରେ ରହିଛି । ୨ ଘଣ୍ଟା ପରେ ଅବପାତରେ ପରିଣତ ହେବ । ରାଜ୍ୟର କୌଣସି ସ୍ଥାନରେ ବଡ଼ ପବନ ହୋଇନାହିଁ । ତେଣୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ମାଲକାନଗିରି ଓ କୋରାପୁଟ ଜିଲ୍ଲାର ୨ଟି ବ୍ଲକ୍ ରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଘାଟିରେ ଭୁସ୍ଖଳନ ହୋଇ ରାସ୍ତା ବନ୍ଦ ଥିଲା ଏବେ କାମ ଚାଲିଛି । ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି । ବାତ୍ୟା ପ୍ରଭାବରେ କେଉଁଠି ଅଧିକ ପବନ ହୋଇଥିବାର ସୂଚନା ନାହିଁ । ଗଜପତି ଜିଲ୍ଳାରେ କିଛି ପରିମାଣରେ ବର୍ଷା ହୋଇଛି ।

ପଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୮ ମିମି ବର୍ଷା ରେକର୍ଡ ହୋଇଛି । ବର୍ଷା ପବନ ଯୋଗୁଁ ସେଭଳି କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । କିଛି ପାହାଡ଼ି ଝରଣାରୁ ପାଣି ଆସି ରାସ୍ତାରେ ପାଣି ଚାଲିଥିଲା । ସୁଙ୍କିରେ ପାଣି ଚାଲିଥିବାରୁ ସେ ନେଇ ପଦକ୍ଷେପ ନିଆଯାଉଛି । ମାଲକାନଗିରିରେ କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିଲା । ମୋଟ ଉପରେ କୌଣସି ପ୍ରକାର ଅଘଟଣ ଘଟିନାହିଁ କି ବଡ଼ ସମସ୍ୟା କିଛି ନାହିଁ । ବାତ୍ୟା ପୂର୍ବରୁ ୪୬ ଜହାର ୭୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମୋଟ ୧୧୮୯ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ୧୫୩୩ ଜଣ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳୀ, ପିଏଚସି ଓ ସିଏଚସିକୁ ନିଆଯାଇଥିଲା ।

Get real time updates directly on you device, subscribe now.