fbpx

ବଡ଼ ପାଦ ଥିବା ପୁରୁଷ ମାନେ ହୋଇଥାନ୍ତି ଧୋକାବାଜ୍, ଜାଣନ୍ତୁ କଣ କହୁଛି ଅଧ୍ୟୟନ

ଲଣ୍ଡନ: ଯଦି ଆପଣଙ୍କ ପାଦର ସାଇଜ୍ ବଡ଼ ତେବେ ଆପଣଙ୍କ ପାଟନର୍ ଆପଣଙ୍କ ଉପରେ ସନ୍ଦେହ କରିପାରନ୍ତି । କାରଣ ଏକ ସର୍ଭେରୁ ଜଣାପଡ଼ିଛି ଯେ, ବଡ଼ ପାଦ ଥିବା ପୁରୁଷ ମାନେ, ଛୋଟ ପାଦ ଥିବା ପୁରୁଷଙ୍କ ତୁଳନାରେ ଅଧିକ ଧୋକା ଦେଇଥାନ୍ତି । ନିଜ ପାର୍ଟନର୍ ଙ୍କୁ ଧୋକା ଦେଇ ଅନ୍ୟ ଝିଅଙ୍କ ସହିତ ସମ୍ବନ୍ଧ ରଖିଥାନ୍ତି । ସର୍ଭେ ଅନୁଯାୟୀ, ଯେଉଁ ମାନଙ୍କ ପାଦର ସାଇଜ୍ ୧୦ କିମ୍ବା ତାଠାରୁ ଅଧିକ, ସେମାନେ ନିଜ ପାର୍ଟନର୍ ଙ୍କୁ ଅଧିକ ଧୋକା ଦେଇଥାନ୍ତି । ଆଉ ଛୋଟ ପାଦ ଥିବା ଅର୍ଥାତ୍ ୮ କିମ୍ବା ୭ରୁ କମ୍ ସାଇଜ୍ ର ପାଦ ଥିବା ବ୍ୟକ୍ତି ମାନେ କମ୍ ଧୋକା ଦେଇଥାନ୍ତି ।

ଦ ସନ୍ ର ଏକ ରିପୋର୍ଟ ଅନୁସାରେ, ନିକଟରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି ଯେ, ପୁରୁଷଙ୍କ ଅଫେୟାର୍ ସେମାନଙ୍କ ପାଦ ସହିତ ଯୋଡ଼ା ଯାଇଛି । ଏହି ସମୟରେ ସାମନାକୁ ଆସିଛି ଯେ, ବଡ଼ ପାଦ ଥିବା ପୁରୁଷ ମାନେ ନିଜ ପାର୍ଟନର୍ ସହିତ ଧୋକା କରି ଅନ୍ୟଙ୍କ ସହିତ ସମ୍ପର୍କ ରଖିଥାନ୍ତି । ଡେଟିଂ ସାଇଟ୍ Illicit Encounters ନିଜ ସର୍ଭେରେ ପାଖାପାଖି ୨୦୦୦ ଜଣ ପୁରୁଷଙ୍କ ସହ ଯୋଗାଯୋଗ କରିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବଡ଼ ପାଦ ଥିବା ବିବାହିତ ପୁରୁଷ ମାନେ ମାନିଥିଲେ ଯେ, ସେମାନଙ୍କ ଅଫେୟାର୍ ଚାଲିଛି ।

ୱେବସାଇଟ୍ ର ପ୍ରବକ୍ତା କହିଛନ୍ତି ଯେ, ପୁରୁଷଙ୍କ ପାଦରୁ ଜଣାପଡ଼ିବ ଯେ ସେମାନେ କେତେ ପରିମାଣରେ ଧୋକା ଦେବାର ଆଶଙ୍କା ଥାଇପାରେ । ଉଦାହରଣ ସ୍ୱରୂପ; ଯେଉଁ ପୁଅ ମାନଙ୍କ ପାଦ ସାଇଜ୍ ୧୧ ସେମାନେ ଧୋକା ଦେବାର ଆଶଙ୍କା ୨୯ ପ୍ରତିଶତ ରହିଥାଏ । ଏହିପରି ଭାବରେ ସାଇଜ୍ ୧୦-୨୫%, ସାଇଜ୍ ୧୨-୨୨% ।

 

Get real time updates directly on you device, subscribe now.