fbpx

ଏହି କୁଣ୍ଡରେ ପ୍ରେମୀ ସହ ଗାଧୋଇଲେ କେବେ ବି ହୁଏନି ବ୍ରେକଅପ୍

ଦୁନିଆରେ ଏପରି କିଛି ମାନ୍ୟତା ରହିଛି, ଯାହାକୁ ଆମେ କଳ୍ପନା ବି କରିନଥାଉ । ଭାରତକୁ ଧାର୍ମିକ ବିଶ୍ୱାସ ତଥା ରୀତିନୀତିର ଦେଶ କୁହାଯାଏ । ସେହିପରି ଦେଶର ଏକ ଝରଣାକୁ ଚମତ୍କାରୀ ଝରଣା ଭାବେ କୁହାଯାଉଛି । ସେଠାକାର ଲୋକଙ୍କ ବିଶ୍ୱାସ ରହିଛି ଯେ, ବର୍ଷା ପାଣି ଯେଉଁ ପଥର ଦେଇ କୁଣ୍ଡକୁ ଆସୁଛି, ସେଥିରେ ଅନେକ ଚମକ୍ରାରୀ ଗୁଣ ରହିଛି । ମଧ୍ୟପ୍ରଦେଶ ଶିବପୁରୀରେ ରହିଛି ଏହି ବଦୟା କୁଣ୍ଡର ଜଳପ୍ରପାତ ।

ବିଶ୍ୱାସ ରହିଛି ଯେ, ଏହି କୁଣ୍ଡରେ ଦମ୍ପତି ଏକାସାଙ୍ଗରେ ଥରେ ଗାଧୋଇଥାଆନ୍ତି । ଏପରି କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ସାରାଜୀବନ ପ୍ରେମ ରହିଥାଏ ଓ କେବେ ବି ବ୍ରେକଅପ୍ ହୋଇନଥାଏ । ଏହି ଝରଣାକୁ ଗାଧୋଇବାକୁ ଆସୁଥିବା କିଛି ଦମ୍ପତି କହିଛନ୍ତି ଯେ, ସେମାନଙ୍କ ମଧ୍ୟରେ ପୂର୍ବରୁ ଅନେକ ଝଗଡ଼ା ହେଉଥିଲା, କିନ୍ତୁ ଏହି ଜଳପ୍ରପାତରେ ଗାଧୋଇବାକୁ ସବୁକିଛି ଠିକ୍ ଚାଲିଛି ।

Get real time updates directly on you device, subscribe now.