fbpx

ଗ୍ୟାରେଜକୁ ଡାକି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଘର ମାଲିକ

ରାଉରକେଲା(ଓଡ଼ିଶା ଭାସ୍କର): ଘର ମାଲିକ ସାଜିଲା ପିଶାଚ । ଗ୍ୟାରେଜକୁ ଡାକି ବଳତ୍କାର ଉଦ୍ୟମ କଲେ ଘର ମାଲିକ। ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ଜଣେ ୫୬ ବର୍ଷୀୟ ବ୍ୟକ୍ତି। ତେବେ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥବା ବେଳେ ଫେଲ୍ ହେବାରୁ ମହିଳାଙ୍କ ଉପରକୁ ଆକ୍ରମଣ ବି କରିଛନ୍ତି ଘର ମାଲିକ । ଏହିଭଳି ଏକ ଘଟଣା ଘଟିଛି ରାଉରକେଲା ସହରରେ।

ସୂଚନା ଅନୁସାରେ, ସେକ୍ଟର-୭ ଅଞ୍ଚଳର ବରୁଣ କୁମାର ଦାସ( ଘରମାଲିକ) ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାର୍ୟ୍ୟରତ ରହିଛନ୍ତି । ମହିଳାଙ୍କ ସ୍ୱାମୀ କାମରେ ବାହାରକୁ ଯାଇଥିବା ବେଳେ ବରୁଣ କୁମାର ଦାସ ଗ୍ୟାରେଜ୍ କୁ ଗାଡ଼ି ସଫା କରିବା ପାଇଁ ଡାକିଥିଲେ । ଆଉ ଯେତେବେଳେ ଗାଡ଼ି ସଫା କରିବା ପାଇଁ ମହିଳା ଜଣକ ଗ୍ୟାରେଜ୍ ଭିତରକୁ ଯାଇଥିଲେ ସେ ସମୟରେ ବରୁଣ ଆସି ମହିଳାଙ୍କୁ ପଛପଟରୁ କୁଣ୍ଢେଇ ଧରିଥିଲେ । ଏଥିସହିତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଯେତେବେଳେ ମହିଳା ଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ଘର ମାଲିକ ମହିଳାଙ୍କ ମୁଣ୍ଡକୁ କାନ୍ଥରେ ଖୁବ୍ ଜୋରରେ ପିଟି ଦେଇଥିଲା ।

ଆଉ ମହିଳା ଜଣକ କଳେବଳେ କୌଶଳେ ଗ୍ୟାରେଜ୍ ରୁ ବାହାରକୁ ଚାଲି ଆସିଥିଲେ । ଆଉ ରାସ୍ତା ବାହାରେ ବେହୋସ୍ ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକ ମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏବେ ପୀଡ଼ିତା ମହିଳା ଓ ତାଙ୍କ ସ୍ୱାମୀ ପୋଲିସ୍ ର ସହାୟତା ଲୋଡ଼ିଛନ୍ତି । ଏନେଇ ସେ ପୋଲସିସ୍ ଷ୍ଟେସନ୍ ରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.