fbpx
BJD SKY
BJD SKY

ଆୟୁଷ୍ମାନ୍ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ, ଜାଣନ୍ତୁ କ’ଣ କହିଲେ ମୋଦୀ

BJD

ନୂଆଦିଲ୍ଲୀ: ଆଜିଠାରୁ ଆୟୁଷ୍ମାନ୍ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ମିଶନ ଜରିଆରେ ଲୋକଙ୍କୁ ହେଲଥ କାର୍ଡ ମିଳିବ, ଯେଉଁଥିରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ରହିବ । ପ୍ରତ୍ୟେକ ନାଗରିକଙ୍କ ହେଲଥ ରେକର୍ଡ ଅନଲାଇନରେ ଉପଲବ୍ଧ ହେବ ।

ଏହି ମିଶନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ ଡିଜିଟାଲ ଟେକନିକ୍ କାରଣରୁ ଦେଶ ଦୃଢ ହୋଇଛି । ଏବେ ରାସନରୁ ପ୍ରଶାସନ ଯାଏଁ ସମସ୍ତ ସେବା ଡିଜିଟାଲ ଟେକନିକ୍ ଉପଲବ୍ଧ ହେଉଛି । ଭାରତର ସ୍ୱାସ୍ଥ୍ୟ ସେବାରେ ଏହା ଏକ କ୍ରାନ୍ତିକାରୀ ପରିବର୍ତ୍ତନ । ଏହା ମାଧ୍ୟମରେ ଗରିବ ଲୋକ ସ୍ୱାସ୍ଥ୍ୟ ସେବାରେ ସାମ୍ନା କରୁଥିବା ଅସୁବିଧା ଦୂର ହେବ । ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିବ ‘ହେଲଥ ଆଇଡି’ । ସ୍ୱାସ୍ଥ୍ୟ ସେବାକୁ ମଜଭୁତ ପାଇଁ ଅଭିଯାନ ଜାରି ରହିବ । ବର୍ତ୍ତମାନ ସୁଦ୍ଧାର ୯୦ କୋଟିରୁ ଅଧିକ ଟିକାକରଣ ହୋଇଛି ।’

Get real time updates directly on you device, subscribe now.