fbpx

ଗୁଜୁରାଟ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି;ବିରୋଧୀ ଦଳ ମଧ୍ୟ କଲେ ସମର୍ଥନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭାକୁ ମିଳିଛି ଏହାର ପ୍ରଥମ ମହିଳା ବାଚସ୍ପତି । ସୋମବାର ବରିଷ୍ଠ ବିଜେପି ବିଧାୟିକା ନିମାବେନ ଆଚାର୍ଯ୍ୟ ପ୍ରଥମ ମହିଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏପରିକି ବିଧାନସଭାରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମଧ୍ୟ ନିମାବେନଙ୍କୁ ସମର୍ଥନ କରାଯାଇଥିଲା । ଫଳରେ ନିଦ୍ୱର୍ନ୍ଦରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ନିମାବେନ । ୧୯୬୦ରେ ଗୁଜରାଟ ବିଧାନସଭା ଗଠନ ହେବା ପରଠାରୁ ପ୍ରଥମ ଥର ପାଇଁ ଜଣେ ମହିଳା ବାଚସ୍ପତି ଏହି ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି ।
ଗୁଜରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବାଚସ୍ପତି ପଦ ପାଇଁ ନିମାବେନଙ୍କ ନାମ ପ୍ରସ୍ତାବ କରିଥିଲେ । ସର୍ବସମ୍ମତି କ୍ରମେ ନିମାବେନ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ବାଚସ୍ପତି ରହିଥିବା ରାଜେନ୍ଦ୍ର ତ୍ରିବେଦୀଙ୍କୁ କ୍ୟାବିନେଟରେ ସାମିଲ କରାଯିବା ପରେ ସେପ୍ଟେମ୍ବର ୧୬ରୁ ଏହି ପଦ ଖାଲି ରହିଥିଲା । ୪ ଥର ବିଧାୟିକା ରହିଥିବା ନିମାବେନ ୨୦୦୨ ଏବଂ ୨୦୦୭ରୁ କଂଗ୍ରେସ ବିଧାୟିକା ମଧ୍ୟ ରହିଥିଲେ । ୨୦୦୭ରେ କଂଗ୍ରେସରୁ ବାହାରି ବିଜେପିରେ ଯୋଗ ଦେଇଥିଲେ ନିମାବେନ । ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ସେ ନିଜର ଦାୟିତ୍ୱ ସଠିକ ଭାବରେ ନିର୍ବାହ କରିବେ ବୋଲି କହିଛନ୍ତି ନିମାବେନ ।

Get real time updates directly on you device, subscribe now.