fbpx

ଆନ୍ଧ୍ର ସୀମାରେ ପିଲାଙ୍କୁ ଓଡ଼ିଆ ବହି ନମିଳିବା ପ୍ରସଙ୍ଗରେ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ସୀମାବର୍ତ୍ତୀ ଜିଲ୍ଲାରେ ପିଲାଙ୍କୁ ଓଡ଼ିଆ ବହି ନମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଉତ୍କଳ ସମ୍ମିଳନୀ ଜରିଆରେ ଓଡ଼ିଆ ଶିକ୍ଷକ ଓ ପିଲାଙ୍କୁ ବହି ଯୋଗାଉଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ‘ପ୍ରତିବର୍ଷ ଆବଶ୍ୟକ ଅନୁଯାୟୀ ସ୍କୁଲକୁ ବହି ଯୋଗାଇ ଦିଆଯାଉଛି । ନିକଟରେ ଆନ୍ଧ୍ରର ଏକ ଟିମ୍ ଆସି ଆଲୋଚନା କରିଥିଲେ । ବିଧାନସଭା କମିଟି ମଧ୍ୟ ଯାଇ ସ୍ଥିତି ପରଖିଥିଲା । ହୁଏତ ଚଳିତବର୍ଷ ବହି ପହଞ୍ଚି ନଥିବ, ଯାହାର ଆମେ ତଦାରଖ କରୁଛୁ ।’ ଯଦି ସେମିତି ହୋଇଥାଏ, ତେବେ ନିହାତି ବହି ଯୋଗାଇ ଦେବୁ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.