fbpx

ବିଗୁଡୁଥିବା କାମକୁ ଠିକ୍ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି କାମ, ବର୍ଷିବ ଶନିଦେବଙ୍କ କୃପା

ଶନିବାର ଦିନକୁ ନ୍ୟାୟର ଦେବତା କୁହାଯାଉଥିବା ଶନିଦେବଙ୍କୁ ସମର୍ପିତ କରାଯାଏ । ଶନିବାର ଦିନ ଭଗବାନ ଶନିଦେବଙ୍କ ପୂଜା କରାଯାଇଥାଏ । ଏହି ଦିନ ଶନିଦେବଙ୍କ କୃପା ପାଇବା ପାଇଁ ପୂଜା, ଉପବାସ ଓ ଦାନ କରିବା ଦ୍ୱାରା ବିଗୁଡୁଥିବା କାମ ବି ସୂଚାର ଭାବେ ହୋଇଥାଏ । ଯଦି ଶନିବାର ଦିନ ଭଗବାନ ଶନିଦେବଙ୍କୁ ସ୍ୱଚ୍ଛ ମନ ଓ ନିୟମ ଅନୁସାରେ ପୂଜା କରାଯାଏ, ତେବେ ଶନିଦେବଙ୍କର ଅସୀମ କୃପା ମିଳିବା ସହିତ ଗ୍ରହର ଦୋଷ ବି ଦୂରେଇଯାଏ । କିନ୍ତୁ ଶନିଦେବ କ୍ରୋଧିତ ହେଲେ ଆପଣ ସଙ୍କଟ ଘେରକୁ ଆସିପାରନ୍ତି । ଏହା ବ୍ୟତୀତ ପୂଜାବିଧି ଅନୁସାରେ ଶନିଦେବଙ୍କ ପୂଜା କରିବା ଦ୍ୱାରା ଅଟକି ଯାଇଥିବା କାମ ସମ୍ପୂର୍ଣ୍ଣ ହୋଇଥାଏ ।

ଶନିଦେବଙ୍କ ବିଧି

– ସର୍ବପ୍ରଥମେ ସକାଳୁ ଉଠି ଗାଧୋଇବା ସହ ପରିଷ୍କାର ପୋଷାକ ପିନ୍ଧି ବରଗଛ ମୂଳେ ପାଣି ଦିଅ ।

– ସୋରିଷ ତେଲରେ ଦୀପ ଜାଳିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ଓ ଭକ୍ତମାନଙ୍କୁ ଆଶୀର୍ବାଦ କରିଥାନ୍ତି । ସେଥିପାଇଁ ଶନିବାର ଦିନ ଶନିଦେବଙ୍କ ଆଗରେ ସୋରିଷ ତେଲର ଦୀପ ଜଳାନ୍ତୁ ।

– ଶନିବାର ଦିନ ଗରିବ ଲୋକଙ୍କୁ ସୋରିଷ ତେଲ ଦାନ କରନ୍ତୁ ।

– ଶନିବାର ଦିନ ଶନିଦେବଙ୍କ ନାଁ ଜପ କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି ।

– ଯେଉଁଲୋକମାନେ ଶନିବାର ଦିନ ମନ୍ଦିର ଯାଇ ପୂଜା କରିପାରୁନାହାନ୍ତି, ସେମାନେ ଘରେ ହିଁ ଶନିଦେବଙ୍କ ମନ୍ତ୍ର ଓ ଶନି ଚାଲିସା ଜପ କରିପାରିବେ ।

– ଏହି ଦିନ ଶନି ମନ୍ଦିରରେ ଶନି ଦେବଙ୍କ ସହିତ ହନୁମାନଙ୍କ ଦର୍ଶନ କରିବା ଶୁଭ ବୋଲି ବିବେଚନା କରାଯାଏ ।

ଏହି କାର୍ଯ୍ୟ କରନ୍ତୁ ନାହିଁ
– ଶନିବାର ଦିନ କିଛି କାମ କରିବା ଠାରୁ ଦୂରେଇ ରହିବା ଉଚିତ୍ । ଏହି ଦିନ ନଖ କିମ୍ବା କେଶ କାଟିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଶନିଦେବଙ୍କୁ କ୍ରୋଧିତ ହୋଇପାରନ୍ତି ।

– ଶନି ଦେବଙ୍କୁ ଖୁସି କରିବା ପାଇଁ ପଶୁ କିମ୍ବା ପକ୍ଷୀମାନଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ ।

– ଶନିବାର ଦିନ ଲୁହା ଜିନିଷ କିଣନ୍ତୁ ନାହିଁ ।

Get real time updates directly on you device, subscribe now.