fbpx

ମାମୁ–ଭଣଜା ଲଢ଼େଇ ମଧ୍ୟରେ ନିର୍ବାଚନ କମିଶନରଙ୍କ ଆକ୍ସନ, ଫ୍ରିଜ୍ ହେଲା ଏଲଜେପିର ନିର୍ବାଚନୀ ଚିହ୍ନ

ଲୋକ ଜନଶକ୍ତି ପାର୍ଟୀରେ ମାମୁ-ଭଣଜା ମଧ୍ୟରେ ଚାଲୁଥିବା ଲଢ଼େଇର ପ୍ରଭାବ ଦଳ ଉପରେ ପଡ଼ିଛି । ଇଲେକ୍ସନ କମିଶନ ଚିରାଗ ପାସୱାନ ଏବଂ ତାଙ୍କ ମାମୁ ପଶୁପତି ପାରସଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇକୁ ନେଇ ଦଳର ନିର୍ବାଚନୀ ଚିହ୍ନକୁ ଫ୍ରିଜ କରିଛନ୍ତି । ବିହାରରେ ଦୁଇଟି ଖାଲିପଡ଼ିଥିବା ସିଟ୍ ପାଇଁ ଉପନିର୍ବାଚନ ହେବାକୁ ଥିବାବେଳେ ଏଭଳି ଏହି ନିଷ୍ୱତ୍ତି ନେଇଛନ୍ତି କମିଶନ । ଚିରାଗ ପାସୱାନ ଅକ୍ଟୋବର ୩୦ରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ପାର୍ଟୀର ନିର୍ବାଚନୀ ଚିହ୍ନ ଉପରେ ନିଜର ଅଧିକାର ସାବ୍ୟସ୍ତ୍ୟ କରିଥିଲେ ।

ଲୋକ ଜନଶକ୍ତି ପାର୍ଟୀର ପ୍ରଭୁତ୍ୱକୁ ନେଇ ମାମୁ ପଶୁପତି ଏବଂ ଭଣଜା ଚିରାଗ ପାସୱାନଙ୍କ ମଧ୍ୟରେ ଗତ କିଛି ମାସରୁ ଲଢ଼େଇ ଜାରି ରହିଛି, ଏବଂ ଏହାରି ମଧ୍ୟରେ ଚିରାଗ ଦୁଇଟି ସିଟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନିଜର ଆଶାୟୀ ପାର୍ଥୀଙ୍କୁ ଆଣିବାକୁ ଘୋଷଣା କରିଥିଲେ ।

ନିର୍ବାଚନ ଆୟୋଗ ଗତ ମାସରେ ବିହାରରରେ ଖାଲି ପଡ଼ିଥିବା ଦୁଇ ବିଧାନସଭା ଆସନା ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ । ମୁଙ୍ଗେର ଜିଲ୍ଲାର ତାରାପୁର ବିଧାନସଭା ଆସନ ଏବଂ ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରସ୍ଥାନ ସିଟରେ ଆସନ୍ତା ଅକ୍ଟୋବର ୩୦ରେ ନିର୍ବାଚନ ହେବ । ତାରାପୁର ବିଧାନସଭା ଆସନ ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀଙ୍କ ବିୟୋଗ ପରେ ଖାଲି ପଡ଼ିଥିବାବେଳେ କୁଶେଶ୍ୱରସ୍ଥାନ ବିଧାନସଭା ଆସନ ଜେଡିୟୁ ବିଧାୟକ ଶଶିଭୂଷଣ ହଜାରୀଙ୍କ ବିୟୋଗ ପରେ ଖାଲିପଡ଼ିଛି ।

Get real time updates directly on you device, subscribe now.