fbpx

୨୪ ଘଣ୍ଟା ମଧ୍ୟରେ ୨୨,୭୯୯ ପଜିଟିଭ୍; ୧୮୦ ମୃତ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୭୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୨୪ ଘଣ୍ଟାରେ ୧୮୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୮ ହଜାର ୯୯୭ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୪୫୮ ଥିବା ବେଳେ ୩ କୋଟି ୩୧ ଲକ୍ଷ ୨୧ ହଜାର ୨୪୭ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୯୦ କୋଟି ୭୯ ଲକ୍ଷ ୩୨ ହଜାର ୮୬୧ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.