‘ପାଣ୍ଡୋରା ପେପର୍ସ’ ଲିକ୍ ମାମଲା; ଲକ୍ଷ ଲକ୍ଷ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ଲିକ ମାମଲାରେ ଭାରତ ସରକାର ସୋମବାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିବିଡିଟି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯାଞ୍ଚ ଏଜେନ୍ସି ଏହି ମାମଲାର ଯାଞ୍ଚ କରିବାକୁ ହୋଇଛି ନିଷ୍ପତ୍ତି । ଏହି ପୁରା ଘଟଣାରେ ଭାରତର ଅନେକ ବଡ଼ ବଡ଼ ହସ୍ତୀଙ୍କର ନାମ ରହିଥିବା ଅଭିଯୋଗ ହୋଇଛି ।

ଅର୍ଥମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଭାରତ ସରକାର ଏହି ମାମଲାରେ ସଂପୂର୍ଣ୍ଣ ଅବଗତ ଅଛନ୍ତି । ଜଡ଼ିତ ଏଜେନ୍ସି ମାନଙ୍କ ଦ୍ୱାରା ଏହି ମାମଲାର ଯାଞ୍ଚ କରାଯିବ ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ । ଅର୍ଥମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ଗଣମାଧ୍ୟରେ କିଛି ଭାରତୀୟଙ୍କ ନାମ ମଧ୍ୟ ପ୍ରକାଶ ପାଇଛି । ସୋମବାର ଭାରତ ସରକାର ଏହି ମାମଲାରେ ଯାଞ୍ଚ ନିର୍ଦ୍ଦେଶର ସିବିଡିଟି ଚେୟାରମ୍ୟାନ କରିବେ । ଏହା ଛଡ଼ା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରିଜର୍ଭ ବ୍ୟାଙ୍କ ଏବଂ ଏଫଆଇୟୁ କରିବେ ।

ପ୍ରାୟ ୧୨ ମିଲିୟନ ଦସ୍ତାବିଜକୁ ତଦନ୍ତ କରି ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ମନି ଲଣ୍ଡରିଂ, ଟାକ୍ସ ଚୋରୀ, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଭଳି କାରବାରର ପର୍ଦ୍ଦାଫାସ କରୁଥିଲା । ତେବେ ଏହି ପେପରରେ ବିଶ୍ୱର ଅନେକ ଧନି ଲୋକଙ୍କ ନାଁ ମଧ୍ୟ ରହିଛି । ୧୧୭ ଟି ଦେଶର ୬ ଶହରୁ ଅଧିକ ସାମ୍ବାଦିକ ଏବଂ ୧୪୦ ଟି ମିଡିଆ ଅର୍ଗାନାଇଜେସନ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଖୁଲାସା ଇଣ୍ଟର ନ୍ୟାସନାଲ କନସରଟିଅମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜମ କରିଛି ।

ତେବେ ଭାରତରୁ ସଚିନ ତେନ୍ଦୁଲକର ଏବଂ ପାକିସ୍ତାନର ଇମ୍ରାନ ଖାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ଏକ ଜାତୀୟ ଗଣ ମାଧ୍ୟମ ଆଧାରରେ ଭାରତରେ ଏକ ବୃହତ କମ୍ପାନୀର ମାଲିକଙ୍କ ନାଁ ବି ଏଥିରେ ସାମିଲ ଅଛି ।