fbpx

ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍, ନଚେତ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ତାଗିଦ୍ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତାଗିଦ୍ କରିଛି । ନିଯୁକ୍ତି ହୋଇଥିବା ସ୍କୁଲ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ତେବେ ଅଗଷ୍ଟ ୩ରେ ୧୦୯୭ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ମିଳିଥିଲା । ସପ୍ତାହକ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ବିଭାଗୀୟ ନିର୍ଦ୍ଦେଶ ଥିଲା । କିନ୍ତୁ ଗତ ୨ ମାସ ହେବ ଅଧିକାଂଶ ପ୍ରଧାନଶିକ୍ଷକ ନିଜ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ।

Get real time updates directly on you device, subscribe now.