fbpx

କଳାଯାଦୁ କରୁଥିବା ସନ୍ଦେହରେ ମହିଳାଙ୍କୁ ନଗ୍ନ କରି ମାଡ଼ ମାରିଲେ, ୩ ଗିରଫ

ଭୋପାଳ: ସମୟ ବର୍ତ୍ତମାନ ଆଧୁନିକତା ଆଡ଼କୁ ଗତି କରୁଥିବା ବେଳେ ଲୋକଙ୍କ ଚିନ୍ତାଧାରା ତାକୁ ନେଇ ପରିବର୍ତ୍ତନ ହେଉଛି । ହେଲେ ଏହାରି ମଧ୍ୟରେ କିଛି ଏପରି ରହିଛନ୍ତି ଯେଉଁ ମାନେ ପୁରୁଣା ଚିନ୍ତାଧାରା ତଥା ଅନ୍ଧବିଶ୍ୱାସ ଭଳି ଜିନିଷକୁ ଜାବୁଡ଼ି ଧରିଛନ୍ତି । ଆଉ ଏହାର ଶିକାର କିଛି ନିରୀହଙ୍କୁ ଭୋଗିବାକୁ ପଡ଼ୁଛି । ଏହି କ୍ରମରେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ତାଙ୍କ ନିଜର ସମ୍ପର୍କୀୟ ମାନେ ନଗ୍ନ କରି ଖୁବ୍ ଦୟନୀୟ ଭାବରେ ମାଡ଼ ମାରିଛନ୍ତି । ଆଉ ଏହାର କାରଣ ହେଲା ସମ୍ପର୍କୀୟ ମାନେ ସନ୍ଦେହ କରୁଥିଲେ ଯେ, ସେ କଳା ଯାଦୁ କରୁଛନ୍ତି । ତେବେ ଏହିଭଳି ଏକ ମାମଲା ସାମନାକୁ ଆସିଛି ମଧ୍ୟପ୍ରଦେଶର ଧାର ଜିଲ୍ଲାରୁ ।

ତେବେ ଏହି ମାମଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଘଟଣା ସାମନାକୁ ଆସିବାକୁ ପରେ ସ୍ଥାନୀୟ ପୋଲିସ୍ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ଓ ଚତୁର୍ଥ ଅଭିଯୁକ୍ତର ସନ୍ଧାନରେ ରହିଛି । ପୋଲିସ୍ ଅଧିକାରୀଙ୍କ ସୁଚନା ମୁତାବକ, ଏହି ଘଟଣା ଅକ୍ଟୋବର ୪ ତାରିଖର ହୋଇଥିବା ବେଳେ ଭାଇରାଲ୍ ଭିଡିଓ କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା । ମହିଳାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିଥିଲେ ଯେ, ସେ କଳା ଯାଦୁ କରୁଛନ୍ତି ଏବଂ ପରିବାର ଉପରେ ଖରାପ ନଜର ପକାଉଛନ୍ତି । ତେବେ ଘଟଣାର ତଦନ୍ତ ଜାରି ରହିଛି ଖୁବ୍ ଶୀଘ୍ର ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ଧରାପଡ଼ିବ ବୋଲି ପୋଲିସ୍ କହିଛି ।

Get real time updates directly on you device, subscribe now.