fbpx
BSKY SKY
BSKY SKY

ପରିବାର କଳହରୁ ତୁମୁଳ କାଣ୍ଡ: ଭୂଜାଲିରେ ଖୁଡିର କାନ କାଟିଲା ପୁତୁରା , ବାନ୍ଧିଲା ପୋଲିସ

BSKY

କଣିହାଁ (ଭାସ୍କର ନ୍ୟୁଜ୍‌): କଣିହାଁ ବ୍ଲକ୍‌ ସମଲ ଥାନା ପୋଲିସ୍‌ ଖୁଡିର କାନକୁ ପୁତୁରା ଭୂଜାଲିରେ ହାଣି ଦେବା ଘଟଣାରେ୍‌ ପୁତୁରାକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପୁତୁରା ଜଣକ ହେଲେ ସମଲ ଥାନା କର୍ଣ୍ଣାଳ ଗ୍ରାମର ଜୟନ୍ତ ପେଣ୍ଠୋଇ।

ଘଟଣାରୁ ପ୍ରକାଶ ଯେ, ଗତ ମଙ୍ଗଳବାର ରାତି ୮ଟା ବେଳେ ଅଭିଯୁକ୍ତ ସହ ତାଙ୍କର ତିନି ଭାଇଙ୍କ ମଧ୍ୟରେ କର୍ଣ୍ଣପାଳ ରାସ୍ତାରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ତେବେ ସହଦେବ ପେଣ୍ଠୋଇ ଗଣ୍ଡଗୋଳକୁ ଛଡାଇବାକୁ ଯାଇଥିଲେ । ହେଲେ କାହିଁକି ଛଡାଉଛୁ କହି ସହଦେବକୁ ତଳେ ପକାଇ ଅଭିଯୁକ୍ତ ସହ ତିନି ଭାଇ ମାଡପିଟ୍‌ କରିଥିଲେ । ସହଦେବକୁ ମୁକୁଳାଇବାକୁ ତାଙ୍କ ଭାଉଜ ପାର୍ବତୀ ପେଣ୍ଠୋଇ ଯାଇଥବା ବେଳେ ଅଭିଯୁକ୍ତ(ପୁତୁରା) ପାର୍ବତୀଙ୍କ କାନକୁ ଭୂଜାଲିରେ ହାଣି ଦେଇଥିଲା । ଏନେଇ ସହଦେବ ପେଣ୍ଠୋଇ ଗୁରୁବାର ଥାନାରେ ଅଭିଯୋଗ କରବା ପରେ ପୋଲିସ୍‌ ପକ୍ଷରୁ ଏକ ପ୍ରାଣନ୍ତକ ଆକ୍ରମଣ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ପୋଲିସ୍‌ ଶୁକ୍ରବାର ଜୟନ୍ତକୁ କୋର୍ଟଚାଲାଣ କରିଛି ।

Get real time updates directly on you device, subscribe now.