fbpx

ଦ୍ୱିତୀୟ ଥର ପାଇଁ ଡାଉନ୍ ହେଲା ଇନଷ୍ଟାଗ୍ରାମ, ଫେସବୁକ୍ ଦେଲା ସଫେଇ

ନୂଆଦିଲ୍ଲୀ: ଗୋଟିଏ ସପ୍ତାହରେ ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଦ୍ୱିତୀୟ ଥର ପାଇଁ ଡାଉନ୍ ହୋଇଛି । ସର୍ଭର୍ ଡାଉନ୍ ହେବା ଫଳରେ ୟୁଜର୍ ମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ୧୨ଟା ସମୟରେ ୧ ଘଣ୍ଟା ପାଇଁ ଇନଷ୍ଟାଗ୍ରାମ ସର୍ଭିସ୍ ଡାଉନ୍ ରହିଥିଲା । ଏହି ସମୟରେ ୟୁଜର୍ ମାନେ କୌଣସି ଭିଡିଓ କି ମେସେଜ୍ କରିପାରିନଥିଲେ ଏବଂ ଫଟୋ ପୋଷ୍ଟ କରିପାରିନଥିଲେ ।

ଇନଷ୍ଟାଗ୍ରାମ ଡାଉନ୍ ହେବା ପରେ ଟୁଇଟର୍ ରେ ହ୍ୟାସଟ୍ୟାଗ୍ ଇନଷ୍ଟାଗ୍ରାମଡାଉନ୍ ଟ୍ରେଣ୍ଡ କରିବାକୁ ଲାଗିଥିଲା । କିଚି ୟୁଜର୍ ଏହାକୁ ନେଇ ମିମ୍ସ କରିବାକୁ ଲାଗିଥିଲେ । ହେଲେ କିଛି ସମୟ ପରେ ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା । ତେବେ ଇନଷ୍ଟାଗ୍ରାମ ଡାଉନ୍ ପରେ ମୂଳ କମ୍ପାନୀ ଫେସବୁକ୍ ପକ୍ଷରୁ ବୟାନ ଜାରି କରାଯାଇଥିଲା । ସର୍ଭିସ୍ ଡାଉନ୍ ହେବାକୁ ନେଇ କମ୍ପାନୀ ପକ୍ଷରୁ ବୟାନ ଜାରି କରି କୁହାଯାଇଥିଲା ଯେ, କିଛି ଲୋକଙ୍କୁ ଆମ ଆପ୍ସ ବ୍ୟବହାର କରିବାରେ ସମସ୍ୟା ହେଉଛି, କିନ୍ତୁ ଆମେ ଏହା ଉପରେ କାମ କରୁଛୁ । ଅସୁବିଧାକୁ ଏଡ଼ାଇବାକୁ ଚେଷ୍ଟା କରୁଛୁ ।

Get real time updates directly on you device, subscribe now.