fbpx

ଆସନ୍ତାକଲି ଇଣ୍ଡିଆନ୍ ସ୍ପେସ୍ ଆସୋସିଏସନ୍ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସ୍ପେସ ଆସୋସିଏସନ(ଆଇଏସପିଏନ)କୁ ଲଞ୍ଚ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସକାଳ ୧୧ଟାରେ ଏହାକୁ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ମହାକାଶ ସମନ୍ଧୀୟ ବୈଷୟିକ ଜ୍ଞାନକୌଶଳ ଯୋଗଉଥିବା କମ୍ପାନୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନା ଆଇଏସପିଏ ଭାରତକୁ ମହାକାଶ ଶିଳ୍ପ କ୍ଷେତ୍ରରେ ଆତ୍ମନିର୍ଭର କରିବ ।

ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ ଆଇଏସପିଏ ହେଉଛି ମହାକାଶ ଏବଂ ଉପଗ୍ରହ କମ୍ପାନୀ ଗୁଡ଼ିକର ଏକ ସମୂହ ଯାହା ଭାରତୀୟ ମହାକାଶ ଶିଳ୍ପକୁ ଆଗକୁ ବଢ଼ାଇବାକୁ ଚେଷ୍ଟିତ । ମହାକାଶ ସମ୍ବନ୍ଧୀୟ ଟେକ୍ନୋଲୋଜୀକୁ ବ୍ୟବହାର କରୁଥିବା ବିଭିନ୍ନ ଘରୋଇ ଏବଂ ବିଦେଶୀ କମ୍ପାନୀମାନେ ଏହାର ଅଂଶୀଦାର ରହିଛନ୍ତି । ଏଲ ଆଣ୍ଡ ଟି, ନେଲକୋ, ୱାନୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଇଣ୍ଡିଆ, ୱାଲଚାନ୍ଦନଗର ଇଣ୍ଡଷ୍ଟ୍ରୀ ଏବଂ ଅନନ୍ତ ଟେକ୍ନୋଲେଜୀ ଲିମିଟେଡ ଏଥିରେ ରହିଛନ୍ତି । ଏହା ସହିତ ଅନ୍ୟ ମୁଖ୍ୟ ସଦସ୍ୟ ଭାବରେ ଗୋଦରେଜ, ହ୍ୟୁଗସ୍ ଇଣ୍ଡିଆ, ଅଜିଷ୍ଟା-ବିଏସଟି ଏରୋସ୍ପେସ ପ୍ରାଇଭେଟ ଲିମିଟେଡ, ବେଲ୍, ସେଣ୍ଟମ ଇଲେକ୍ଟୋନିକ୍ସ ଏବଂ ମାକ୍ସାର ଇଣ୍ଡିଆ ପ୍ରମୁଖ ରହିଛନ୍ତି ।

Get real time updates directly on you device, subscribe now.