fbpx

ଜମ୍ମୁ-କଶ୍ମୀରରେ ଏନଆଇଏର ସର୍ଚ୍ଚ ଅପରେସନ, ଆତଙ୍କୀଙ୍କ ସାହଯ୍ୟ କରୁଥିବା ଦୁଇ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଲସ୍କର-ଏ-ତୋଇବା ଆତଙ୍କବାଦୀଠାରୁ ଆଇଇଡି ଜବତ ହେବା ପରେ ରବିବାର ଏନଆଇଏ ସିଆରପିଏଏଫ ଏବଂ ଜମ୍ମୁ-କଶ୍ମୀର ପୋଲିସ ସହାୟତାରେ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛି । ଏହି ଅଭିଯାନରେ ଟିଆରଏଫର ଦୁଇ ଜଣ ଗିରଫ ହୋଇଛନ୍ତି । ଏମାନେ ଜମ୍ମୁ-କଶ୍ମୀରରେ ଲସ୍କର-ଏ-ତୋଇବା ସହ ମିଶି ବଡ଼ ଆକ୍ରମଣର ଯୋଜନା କରୁଥିଲେ ।

ଘଟଣା ଅନୂଯାୟୀ ୨୭ ସେପ୍ଟେମ୍ବରରେ ଜମ୍ମୁର ଭଟିଣ୍ଡାରେ ଲସ୍କର-ଏ-ତୋଇବାର ଜଣେ ଆତଙ୍କବାଦୀ ଠାରୁ ଆଇଇଡି ବୋମା ଜବତ ହୋଇଥିଲା । ଆତଙ୍କବାଦୀକୁ ଗିରଫ କରି ପଚରା ଉଚରା ପରେ ଜଣାପଡ଼ିଥିଲା ଯେ ଲସ୍କର-ଏ-ତୋଇବା ପାକିସ୍ତାନୀ ଲସ୍କର-ଏ-ତୋଇବାର କମାଣ୍ଡରଙ୍କ ସହାୟତାରେ ଜମ୍ମୁ କଶ୍ମୀରରେ ବଡ଼ ଆକ୍ରମଣର ଯୋଜନା କରୁଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଏନଆଇଏ ସିଆରପିଏଏଫ ଏବଂ ସ୍ଥାନୀୟ ପୋଲିସ ସହ ଜମ୍ମୁ କଶ୍ମୀରର କୁଲଗ୍ରାମ, ଶ୍ରୀନଗର ଏବଂ ବାରାମୁଲା ଜିଲ୍ଲାର ସାତଟି ସ୍ଥାନରେ ସର୍ଚ୍ଚ ଅଭିଯାନ କରାଯାଇଥିଲା । ତେବେ ରବିବାର କରାଯାଇଥିବା ଏହି ଅଭିଯାନରେ ଟିଆରଏଫ ସହ ଜଡ଼ିତ ଦୁଇ ଜଣକୁ ଗିରଫ କରାଯାଇଛି ।

Get real time updates directly on you device, subscribe now.