fbpx

କୋଇଲା ଅଭାବ ଯୋଗୁଁ ପଞ୍ଜାବରେ ବନ୍ଦ ହେଲା ୩ ଥର୍ମାଲ ପ୍ଲାଣ୍ଟ

ନୂଆଦିଲ୍ଲୀ: ଦେଶରେ କୋଇଲା ସଂଙ୍କଟ ଯୋଗୁଁ ଅନେକ ରାଜ୍ୟରେ ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜିଛି । ଏହି କୋଇଲା ସଂଙ୍କଟର ପ୍ରଭାବ ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବରେ କୋଇଲା ଅଭାବରୁ ବନ୍ଦ ହୋଇଛି ତିନିଟି ଥର୍ମାଲ ପ୍ଲାଣ୍ଟ । ସେପଟେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟକୁ କୋଇଲା ଯୋଗାଣ ବଢ଼ାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

ପଞ୍ଜାବରେ ଥର୍ମାଲ ପ୍ଲାଣ୍ଟର କ୍ଷମତା ୫,୬୨୦ ମେଗାୱାଟ ବିଜୁଳି ଥିବାବେଳେ ବର୍ତ୍ତମାନ ଏହା କେବଳ ୨,୮୦୦ ମେଗାୱାଟର ରହିଛି । କୋଇଲା ଅଭାବ ଫଳରେ ଲେହରା ମୋହବତ, ରୂପର, ରାଜପୁରା, ତଲୱଣ୍ଡି ସାବୁ ଏବଂ ଗୋଇଣ୍ଡୱାଲ ସାହିବ ଥର୍ମାଲ ପ୍ଲାଣ୍ଟରେ କେବଳ ୧ରୁ ୪ ଦିନ ପର୍ଯ୍ୟନ୍ତ କୋଇଲା ରହିଛି । ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ ଲିମଟେଡ(ପିଏସପିସିଏଲ) ବେସରକାରୀ ସଂସ୍ଥାରୁ ଚୁକ୍ତିରେ ବିଜୁଳି କିଣୁଛି । ଯେଉଁଥିପାଇଁ ସରକାରଙ୍କୁ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବା ନେଇ କହିଛନ୍ତି ପିଏସପିଏଲ ଚେୟାରମ୍ୟାନ । କୋଇଲା ଅଭାବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୬ ଘଣ୍ଟାର ପାୱାର କଟ୍ କରିବାକୁ ପଡ଼ୁଛି । ସେପଟେ ବିରୋଧୀ ଦଳ ଆମ ଆଦମୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିଲେ ୩୦୦ ରୁ ୪୦୦ ୟୁନିଟ ମାଗଣାରେ ଦେବାକୁ ପ୍ରତିଶ୍ରୁତି ଦେଉଥିବାବେଳେ ଚରଣଜିତ ସିଂହ ଚନ୍ନୀ ନିଜଦଳର ନେତାଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ତୁରନ୍ତ କୋଇଲା ଯୋଗାଣ ବୃଦ୍ଧି କରିବାକୁ କେନ୍ଦ୍ରକୁ ଦାବି କରିଛନ୍ତି । ସେ କହିଛନ୍ତି ପଞ୍ଜାବରେ କୋଇଲା ଷ୍ଟକ କିଛି ଦିନ ମଧ୍ୟରେ ସରିବାକୁ ଯାଉଛି । ରାଜ୍ୟରେ କୋଇଲା ଅଭାବ ମଧ୍ୟରେ ବିଦ୍ୟୁତ୍ ସ୍ଥିତିକୁ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି ଯେ ପର୍ଯ୍ୟାପ୍ତ ପରିମାଣର କୋଇଲା ଅଭାବ ହେତୁ ଥର୍ମାଲ୍ ପ୍ଲାଣ୍ଟଗୁଡିକ ପୂର୍ଣ୍ଣ କ୍ଷମତାରେ ବିଜୁଳି ଉତ୍ପାଦନ କରିବାରେ ଅସମର୍ଥ। ସେ ନିଶ୍ଚିତ କରିଛନ୍ତି ଯେ କୃଷି କ୍ଷେତ୍ରକୁ ପର୍ଯ୍ୟାପ୍ତ ଯୋଗାଣ ତଥା ଗ୍ରୀଡ୍ ଅନୁଶାସନ ବଜାୟ ରଖିବା ପାଇଁ ସହର ଏବଂ ଗ୍ରାମରେ ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ କାଟର  ସମ୍ମୁଖୀନ ହେବାକୁ ପଡ଼ୁଛି ।

Get real time updates directly on you device, subscribe now.