fbpx

ଆଇପିଏଲ୍ Qualifier: ସୁପର କିଙ୍ଗସ ସମ୍ମୁଖରେ ୧୭୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇପିଏଲ କ୍ୱାଲିଫାୟରରେ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ୧୭୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଛି । ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ଶ ସର୍ବାଧିକ ୬୦ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ଋଷଭ ପନ୍ତ ୫୧ ରନ ସଂଗ୍ରହ କରିଥିଲେ । ଚେନ୍ନାଇ ପକ୍ଷରୁ ଜୋଶ ହେଜେଲଉଡ ସର୍ବାଧିକ ଦୁଇଟି ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସ ପକ୍ଷରୁ ଶିଖର ଧୱନ(୭) ଓ ପୃଥ୍ୱୀ ଶ(୬୦) ୩୬ ରନ ସଂଗ୍ରହ କରିଥିଲେ । ଶ ଗୋଟିଏ ପଟୁ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟୁ ଶସ୍ତାରେ ୱିକେଟ ହରାଇ ଚାଲିଥିଲା ଦିଲ୍ଳୀ । ଧୱନ(୭), ଶ୍ରେୟସ ଆୟରା(୧) ଓ ଅକ୍ଷର ପଟେଲ(୧୦) ସହଜରେ ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ (୫୧) ଓ ସିମରନ ହିଟମେୟର(୩୭) ଦଳକୁ ୧୭୦ ରନରେ ପହଞ୍ଚାଇଥିଲେ । ୩୪ ବଲ ଖେଳିଥିବା ଶଙ୍କ ଇନିଂସରେ ୭ ଚୌକା ଓ ୩ ଛକା ସାମିଲ ଥିଲା । ସେହିପରି ଶେଷ ଯାଏଁ ଅପରାଜିତ ଥିବା ପନ୍ତ ୩୫ ବଲ ଖେଳି ୩ ଚୌକା ଓ ୨ ଛକା ମାରିଥିଲେ । ଚେନ୍ନାଇ ପକ୍ଷରୁ ହେଜେଲଉଡ ମାତ୍ର ୨୯ ରନରେ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ବ୍ରାଭୋ, ଜାଡେଜା ଓ ମୋଇନ ଅଲୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.