fbpx

୫୭୦୦ କୋଟି ଟଙ୍କାରେ REC Solarକୁ କିଣିଲା Reliance

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଆଉ ଏକ ନୂତନ କମ୍ପାନୀକୁ ଅଧିଗ୍ରହଣ କରାଯାଇଛି । ଚୀନର ନ୍ୟାସନାଲ ବ୍ଲୁଷ୍ଟାର ନିକଟରୁ ରିଲାଏନ୍ସ ଆରଇସି ସୋଲାର ହୋଲ୍ଡିଂକୁ କିଣି ନେଇଛି । ରବିବାର ମିଳିଥିବା ସୂଚନା ଅନୁଯାୟୀ ରିଲାଏନ୍ସ ପ୍ରାୟ ୭୭୧ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୫୭୯୨ କୋଟି ଟଙ୍କାରେ ଏହି କମ୍ପାନୀକୁ କିଣିଛି ।

କାର୍ବନ ଇନ୍ଧନ ବ୍ୟବହାର ପରିମାଣକୁ କମ କରିବା ପାଇଁ ରିଲାଏନ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୦୩୦ ସୁଦ୍ଧା ରିଲାଏନ୍ସ ୧୦୦ ଜିଗାୱାଟର ସବୁଜ ଶକ୍ତି ହାସଲର ଲକ୍ଷ୍ୟ ରଖିଥିବା ବେଳେ ଏହି କମ୍ପାନୀ ଅଧିଗ୍ରହଣ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ଏହି କମ୍ପାନୀରେ ନିଜର ଶତ ପ୍ରତିଶତ ଅଂଶଧନ ହାସଲ କରିବାରେ ସମର୍ଥ ହୋଇଛି । ଆରଇସି ସୋଲାର୧୯୯୬ରେ ସ୍ଥାପନ ହୋଇଥିବା ବେଳେ ସିଙ୍ଗାପୁରରେ ଏହାର ହବ୍ ରହିଛି ।

Get real time updates directly on you device, subscribe now.