fbpx

ପ୍ରେମ ପାଇଁ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା; ଘର ସାମ୍ନାରେ ଫିଙ୍ଗିଦେଲେ ଶବ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଜଣେ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାରେ । ଆଉ ଘଟଣାର ତିନିଦିନ ପରେ ରବିବାର ଜିଲ୍ଲାପାଳ ଏବଂ ସୁପରିଟେଣ୍ଡେଣ୍ଟ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟି ୪ ଲକ୍ଷ ୧୨ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି  ।

ଘଟଣା ଅନୁଯାୟୀ ପ୍ରେମବ୍ୟାପାରକୁ ନେଇ ଜଣେ ଦଳିତ ଯୁବକଙ୍କୁ କିଛି ଯୁବକ ପିଟିପିଟି ହତ୍ୟା କରିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କୁ ତାଙ୍କ ଘର ସାମ୍ନାରେ ଫିଙ୍ଗିଦେଇଥିଲେ । ଏହି ଘଟଣାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଘଟଣାରେ ନ୍ୟାୟ ଦାବିରେ ମୃତକଙ୍କ ପରିବାର ଲୋକ ସ୍ଥାନୀୟ ହସ୍ପିଟାଲ ଆଗରେ ଧାରଣା ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲେ । ଏହାପରେ ପୋଲିସ ଘଟଣାରେ ୫ ଜଣକୁ ଗିରଫ କରଛି । ପିଲିବାଙ୍ଗ ଥାନାର ସିଆଇ କହିଛନ୍ତି ଯୁବକଙ୍କୁ ପିଟୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ପରିବାରକୁ ନ୍ୟାୟ ମିଳିବ କେହିବି ଅଭିଯୁକ୍ତ ବଞ୍ଚିପାରିବେ ନାହିଁ ।

ସେପଟେ ଘଟଣାକୁ ନେଇ ରାଜନୈତିକ ସମାଲୋଚନା ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଦଳିତ ଯୁବକଙ୍କ ଉପରେ ହୋଇଥିବା ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ କାହିଁକି ଏହି ଘଟଣାର କଂଗ୍ରେସ ଚୁପ ବସିଛି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛିି । ହନୁମାନଗଡ଼ର ଜିଲ୍ଲା ସଭାପତି କହିଛନ୍ତି କଂଗ୍ରେସ ଦଳିତ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ଏଭଳି ଘଟଣା ଏବେ ପ୍ରତିଦିନ ଦେଖିବାକୁ ମିଳୁଛି । ତେବେ ଏହି ମାମଲାରେ ରାଜସ୍ଥାନ ମନ୍ତ୍ରୀ ପ୍ରତାପ ସିଂହ ଖଚେରୀୟାୱାସ କହିଛନ୍ତି ରାଜସ୍ଥାନରେ ଉତ୍ତର ପ୍ରଦେଶ ଭଳି ପରିସ୍ଥିତି ହୋଇନାହିଁ । ଆମେ ଏଠାରେ କୌଣସି ଅପରାଧୀଙ୍କୁ ସୁରକ୍ଷା ଦେଉନାହୁଁ । ସମସ୍ତ ଅଭିଯୁକ୍ତଙ୍କୁ ହନୁମାନଗଡ଼ କେସରେ ଜଡ଼ିତ ଅଭିଯୁକ୍ତଙ୍କୁ ଧରାଯିବ କେହିବି ବଞ୍ଚିପାରିବେନାହିଁ ।

Get real time updates directly on you device, subscribe now.