fbpx

Assistant Professor ପଦ ପାଇଁ PhD ବାଧ୍ୟତାମୂଳକ ନିୟମ ଘୁଞ୍ଚିଲା, କେବେ ଲାଗୁହେବ ସୂଚନା ଦେଲା ୟୁଜିସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ନିୟମ ଏବେ ଲାଗୁ ହେବ ନାହିଁ । ଏହି ନିୟମ ଚଳିତ ବର୍ଷ ଜୁଲାଇ ବଦଳରେ ଆସନ୍ତା ୨୦୨୩ ଜୁଲାଇ ୧ ତାରିଖ ପରେ ଲାଗୁ ହେବ । ତେବେ କରୋନା କଟକଣା ପାଇଁ ଏହି ନିୟମକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ନିୟମ ଲାଗୁ ନେଇ ୟୁଜିସି ସଚିବ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । ଚଳିତ ମାସ ୧୧ ତାରିଖରେ ଏହି ନିୟମରେ ସଂଶୋଧନ କରାଯାଇଥିବା କୁହାଯାଇଛି । ତେବେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ସମୟରେ ଗୁଣାବତ୍ତା ବଜାୟ ରଖିବା ପାଇଁ ସର୍ବନିମ୍ନ ପିଏଚଡି ଯୋଗ୍ୟତା ନିୟମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ୟୁଜିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.