fbpx

କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କାର ସହାୟତା, ଚନ୍ନିଙ୍କ ନିଷ୍ପତ୍ତି

ଚଣ୍ଡିଗଡ଼: ଦେଶରେ ଏବେ କରୋନାର ପ୍ରଭାବ ଜାରି ରହିଥିବା ବେଳେ ପଞ୍ଜାବରେ ବର୍ତ୍ତମାନ ସୁଦ୍ଧା ୧୬,୫୩୧ ଜଣଙ୍କର ମୃତ୍ୟୁ ହୋଇଛି । ଦ୍ୱିତୀୟ ଲହର ଯୋଗୁଁ ଅନେକ ଲୋକେ କମ୍ ସମୟରେ ହିଁ ଜୀବନ ହରାଇଛନ୍ତି । ଏବେ କରୋନା ମୃତକଙ୍କ ପରିବାରକୁ ମିଳିବ ସହାୟତା । ପଞ୍ଜାବର ଚନ୍ନି ସରକାର ଘୋଷଣା କରିଛନ୍ତି ଯେ, କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ସୂଚନା ମୁତାବକ, ରାଜ୍ୟରେ ଏବେ ବି କୋଭିଡ ମୃତକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ପରେ ସେହି ତାଲିକା ଅନୁସାରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ । ଏହି ମାମଲାରେ ଜିଲ୍ଲା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି । ସମସ୍ତ ପ୍ରକ୍ରିୟା ସରିବା ପରେ ପୀଡିତ ପରିବାରକୁ ଆର୍ଥିକ ସହାୟତା ଦିଆଯିବ ବୋଲି ଚିଠିରେ କୁହାଯାଇଛି ।

Get real time updates directly on you device, subscribe now.