fbpx

IPL Qualifier-2: ଫାଇନାଲ ପାଇଁ କର ବା ମର ପରିସ୍ଥିତିରେ Delhi-KKR

ନୂଆଦିଲ୍ଲୀ: ଆଇପିଏଲ-୧୪ର କ୍ୱାଲିଫାୟର-୨ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମହାମୁକାବିଲା ହେବ । ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ଦୁଇ ଟିମ୍ ପଡ଼ିଆକୁ ଓହ୍ଲାଇବେ । ଆଜିର ବିଜେତା ୧୫ ତାରିଖରେ ହେବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ।

ଗତ ସୋମବାର ଏଲିମିନେଟରରେ ବାଙ୍ଗାଲୋରକୁ ହରାଇବା ପରେ କେକେଆରର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ସେହିପରି ଦିଲ୍ଲୀକୁ କ୍ୱାଲିଫାୟର-୧ରେ ଚେନ୍ନାଇ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଟିମ୍ ଫାଇନାଲ ଖେଳିବାକୁ ଯଥାସାଧ୍ୟ ପ୍ରୟାସ କରିବ । ତେବେ ପ୍ରଦର୍ଶନକୁ ନଜର ପକାଇଲେ କେକେଆର ଆଗରେ ରହିଥିବା ଜଣାପଡ଼ୁଛି । ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ଦୁଇ ଦଳ ମଧ୍ୟରେ ମୋଟ ୨୭ଟି ମ୍ୟାଚ ହୋଇଥିବା ବେଳେ ଦିଲ୍ଲୀ ୧୨ଟିରେ ଓ କୋଲକାତା ୧୫ଟିରେ ବିଜୟୀ ହୋଇଛି । ଗତ ୫ଟି ମୁକାବିଲାରେ ଦିଲ୍ଲୀ ୩ଟିରେ ବାଜି ମାରିଥିବା ବେଳେ କୋଲକାତା ୨ଟି ବାଜି ମାରିଛି । ତେବେ ଇଅନ ମୋର୍ଗାନ ଓ ପନ୍ତଙ୍କ ମଧ୍ୟରୁ କିଏ ବାଜି ମାରିବ ତାହା ଆଜିର ମ୍ୟାଚ ପରେ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.