fbpx

ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ରମ୍… ଜାଣନ୍ତୁ ଏସବୁ ମଧ୍ୟରେ କଣ ରହିଛି ଫରକ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ବି ମଦ ସମ୍ପର୍କରେ କଥା ଉଠେ ତେବେ ବିଭିନ୍ନ ପ୍ରକାରର ମଦ ବ୍ରାଣ୍ଡ୍ କଥା ମୁଣ୍ଡକୁ ଆସିଥାଏ । ଏଥିରେ ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ଜିନ୍ ଭଳି ଅନେକ ନାମ ସାମିଲ ରହିଛି । ତେବେ ଯେଉଁ ମାନେ ମଦ୍ୟପାନ କରନ୍ତି ଏବଂ ଯେଉଁ ମାନେ ମଦର ସେବନ କରନ୍ତି ନାହିଁ, ଏହି ଦୁଇ ବର୍ଗର ଲୋକଙ୍କୁ ଏହି ସବୁ ମନ ବ୍ରାଣ୍ଡ୍ ମଧ୍ୟରେ ରହିଥିବା ପାର୍ଥକ୍ୟ ଜଣାପଡ଼ି ନଥାଏ । ବିୟର୍, ଭୋଡକା ଏବଂ ୱାଇନ୍ ବ୍ୟତୀତ ଅନ୍ୟାନ୍ୟ କାଟାଗୋରୀ ରହିଥାଏ ଏବଂ ଏଗୁଡ଼ିକ ମଧ୍ୟରେ ଆଲକୋହଲ୍ ର ମାତ୍ରା ଅଲଗା ଅଲଗା ରହିଥାଏ । ତେବେ ଚାଲନ୍ତୁ ଜାଣିବା ଏହିସବୁ ମଧ୍ୟରେ କଣ ପାର୍ଥକ୍ୟ ରହିଛି ଏବଂ ଆଲକୋହଲ୍ ର କେତେ କେତେ ମାତ୍ରା ରହିଥାଏ ।

ପ୍ରଥମେ ତ ମୁଖ୍ୟତଃ ମଦ ଦୁଇ ପ୍ରକାରର ହୋଇଥାଏ । ଏହାପରେ ଏହାକୁ ଅଲଗା ଅଲଗା କାଟାଗୋରୀ ରେ ପରିଣତ କରାଯାଇଥାଏ । ତେବେ ଉକ୍ତ ଦୁଇ ପ୍ରକାର ହେଉଛି; ଅନଡିସ୍ଟ୍ରିିଲ୍ଡ ଡ୍ରିଙ୍କ୍ ଏବଂ ଡିସ୍ଟ୍ରିଲ୍ଡ ଡ୍ରିଙ୍କ୍ । ଅନଡିସ୍ଟ୍ରିଲ୍ଡ ଡ୍ରିଙ୍କ୍ ରେ ବିୟର୍, ୱାଇନ୍, ହାର୍ଡ ସାଇଡର୍ ଭଳି ମଦ ସାମିଲ କରାଯାଇଥାଏ । ସେହିପରି ଡିସ୍ଟ୍ରିଲ୍ଡ ଡିଙ୍କ୍ ରେ ବ୍ରାଣ୍ଡୀ, ଭୋଡକା, ଟକିଲା ରମ୍ ଆଦି ମିଶିଥାଏ । ଆଉ ଗୋଟିଏ କଥା ଯେ, ଡିସ୍ଟ୍ରିଲ୍ଡ ଡ୍ରିଙ୍କ୍ ର କୌଣସି ଏକ୍ସପାଇରି ଡେଟ୍ ନଥାଏ ଏବଂ ଏହାକୁ କେବେ ବି ବ୍ରବହାର କରାଯାଇପାରେ । ଅନ୍ୟପଟେ ଅନଡିସ୍ଟ୍ରିଲ୍ଡ ଡ୍ରିଙ୍କ୍, ଏକ ଲିମିଟ୍ ପରେ ଖରାପ ହୋଇଯାଏ ।

ବିୟର୍ କୁ ଆଲ୍କୋହଲିକ୍ ପଦାର୍ଥ ଭାବରେ ଗ୍ରହଣ କରାଯାଇଥାଏ । ଏଥିରେ ୪ରୁ ୬ ପ୍ରତିଶତ ଆଲ୍କୋହଲ ରହିଥାଏ । ସେହିପରି ୱାଇନ୍ ମଧ୍ୟ ହେଉଛି ଏକ ପପୁଲାର୍ ଡ୍ରିଙ୍କ୍ । ଏଥିରେ ୧୪ ପ୍ରତିଶତ ପର୍ଯ୍ୟନ୍ତ ଆଲ୍କୋହଲ ରହିଛି । ଏହାର ଅନେକ ଟାଇପ୍ସ ରହିଛି । ଯେପରିକି ପୋର୍ଟ ୱାଇନ୍, ଶେରୀ ୱାଇନ୍, ମେଡିଇରା ୱାଇନ୍, ମର୍ସାଲା ୱାଇନ୍ ଇତ୍ୟାଦି । କିଛି ୱାଇନ୍ ରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଆଲ୍କୋହଲ୍ ରହିଥାଏ । ହାର୍ଡ ସାଇଡର୍ କୁ ଏକ ପ୍ରକାର ସେଓ ଜୁସ୍ ବୋଲି ଧରାଯାଇଥାଏ । ଏଥିରେ ୫ ପ୍ରତିଶତ ପର୍ଯ୍ୟନ୍ତ ଆଲ୍କୋହଲ ରହିଛି । ଏସବୁ ହେଉଛି ଅନଡିସ୍ଟ୍ରିଲ୍ଡ ଡ୍ରିଙ୍କ ।

ସେହିପରି ଡିସ୍ଟ୍ରିଲ୍ଡ ଡିଙ୍କ୍ ଅଧୀନରେ ଆସୁଛି ଜିନ୍, ବ୍ରାଣ୍ଡୀ, ହ୍ୱିସ୍କି, ରମ୍, ଟକିଲା, ଭୋଡକା ଇତ୍ୟାଦି । ଜୁନିପର୍ ବେରିଜ୍ ରୁ ଜିନ୍ ତିଆରି ହୁଏ । ଏଥିରେ ୩୫ରୁ ୫୫ ପ୍ରତିାତ ପର୍ଯ୍ୟନ୍ତ ଆଲ୍କୋହଲ ରହିଥାଏ । ବ୍ରାଣ୍ଡୀରେ ୩୫ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଆଲ୍କୋହଲ ରହିଥାଏ । ରମ୍, ଫମେଣ୍ଟେଡ୍ ଆଖୁରୁ ତିଆରି ହୋଇଥାଏ । ଏଥିରେ ୪୦ ପ୍ରତିାତ ପର୍ଯ୍ୟନ୍ତ ଆଲ୍କୋହଲ ରହିଥାଏ । ଟକିଲାରେ ଆଲ୍କୋହଲ ମାତ୍ରା ୪୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ ଏବହ ଭୋଡକାରେ ମଧ୍ୟରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଆଲ୍କୋହଲ ରହିଥାଏ । ଏହାକୁ ଶସ୍ୟ ଓ ଆଳୁ ସାହାଯ୍ୟରେ ତିଆରି କରାଯାଏ ।

Get real time updates directly on you device, subscribe now.