fbpx

News across the Earth, news close to your heart, Read Odisha Bhaskar English

ଦଶହରାରେ ନିଜ ରାଶି ହିସାବରେ କରନ୍ତୁ କାମ, ଶତ୍ରୁଙ୍କ ଉପରେ ସର୍ବଦା ମିଳିବ ବିଜୟ

ଦଶହରା ଦିନ ଭଗବାନ ଶ୍ରୀରାମ ରାବଣର ବଧ କରିଥିଲେ । ଦଶହରା ଦିନରେ କିଛି ଖାସ୍ ଉପାୟ ମାଧ୍ୟମରେ ଶତ୍ରୁ ଉପରେ ବିଜୟ ହାସଲ କରାଯାଇ ପାରିବ । ଦଶହରାରେ ନିଜ ରାଶି ହିସାବରେ କିଛି କାମ କରିବା ଦ୍ୱାରା ଆପଣ ବି ଶତ୍ରୁଙ୍କ ଉପରେ ବିଜୟ ହାସଲ କରିପାରିବେ । ତେବେ ଆସନ୍ତୁ ଜାଣିବା ଉପାୟ….

ମେଷ: ମେଷ ରାଶିର ଲୋକମାନେ ଦଶହରା ଦିନ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ । ଏହା ସହ ତାଙ୍କୁ ଦୁବ ଅର୍ପିତ କରିବା ସହ ଲଡ଼ୁର ଭୋଗ ଲଗାନ୍ତୁୁ ।

ବୃଷ: ବୃଷ ରାଶିର ଲୋକମାନେ ଦଶହରା ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ । କାରଣ ଶ୍ରୀରାମ ମଧ୍ୟ ରାବଣ ସହ ଯୁଦ୍ଧ କରିବା ପୂର୍ବରୁ ଶିବଙ୍କ ଆରାଧନ କରିଥିଲେ ।

ମିଥୁନ: ମିଥୁନ ରାଶିର ଲୋକେ ଦଶହରା ଦିନ ଲାଲ କପଡ଼ାରେ ଅଳ୍ପ ଗୁଡ଼ ବାନ୍ଧି ଭୂମି ତଳେ ରଖନ୍ତୁ । ଏହା ଫଳରେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଯିବ ।

କର୍କଟ: କର୍କଟ ରାଶିର ଲୋକମାନେ ନିଜର ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବା ବ୍ୟତୀତ ଆର୍ଥିକ ସ୍ଥିତିକୁ ଉନ୍ନତ କରିବାକୁ ଦଶହରା ଦିନ ନୂଆ ଝାଡ଼ୁ କିଣନ୍ତୁ ଓ ସେଥିରେ ଘର ସଫଳ କରନ୍ତୁ । ଏପରି କରିବା ଦ୍ୱାରା ଖୁବଶୀଘ୍ର ଦୁଃଖର ଦିନ ଚାଲିଯିବ ।

ସିଂହ: ସିଂହ ରାଶିର ଲୋକମାନେ ଦଶହରା ଦିନ ଗରୀବ ଲୋକମାନଙ୍କୁ ଖାଇବାକୁ ଦିଅନ୍ତୁ । ସେମାନଙ୍କୁ ଶୀତରୁ ରକ୍ଷାକରିବା ପାଇଁ କପଡ଼ା ଦାନ କରନ୍ତୁ ।

କନ୍ୟା: କନ୍ୟା ରାଶିର ଲୋକମାନେ ଦଶହରା ଦିନ ଶ୍ରୀରାମଙ୍କୁ ଗୁଡ଼ର ଗୁଲଗୁଲା ଭୋଗ ଲଗାନ୍ତୁ । ଏହା ପରେ ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବାକୁ ଓ ସମସ୍ୟାରେ ସମାଧାନ କରିବାକୁ ପ୍ରାର୍ଥନା କରନ୍ତୁ ।

ତୁଳା: ତୁଳାରାଶିର ଲୋକେ ଦଶହରା ଦିନ ହନୁମାନଙ୍କୁ ଆରାଧନା କରନ୍ତୁ । ଫଳରେ ଭଗବାନ ଶ୍ରୀରାମ ଓ ତାଙ୍କ ଭକ୍ତ ହନୁମାନ ଉଭୟଙ୍କ କୃପା ମିଳିବ । ହନୁମାନଙ୍କୁ ବେସନ ଲଡୁ ଚଢ଼ାଇବା ଦ୍ୱାରା ବହୁତ ଶୁଭ ହେବ ।

ବିଛା: ବିଛାର ଲୋକଙ୍କୁ ଏହି ଦିନ ଗରୀବଙ୍କୁ ଦାନ କରିବା ଉଚିତ୍ ।

ଧନୁ: ଧନୁ ରାଶିର ଲୋକମାନେ ଭଗବାନ ଗଣେଶଙ୍କୁ ଲଡ଼ୁ ଭୋଗ ଲଗାଇ ଆରାଧନା କରନ୍ତୁ ।

ମକର: ମକର ରାଶିର ଲୋକମାନେ ଗରୀବଙ୍କୁ ଭୋଜନ ସହ ଦାନ ଦିଅନ୍ତୁ । ଫଳରେ ଆପଣଙ୍କର ସମସ୍ତ ସମସ୍ୟା ଦୂରେଇ ଯିବ ।

କୁମ୍ଭ: କୁମ୍ଭ ରାଶିର ଲୋକମାନେ ଦଶହରା ଦିନ ହନୁମାନଙ୍କ ଆରାଧନା କରିବା ସହ ହୁନମାନ ଚାଳସା ପଢ଼ନ୍ତୁ ।

ମୀନ: ମୀନ ରାଶିର ଲୋକମାନେ ଦଶହରା ଦିନ ଗରୀବଙ୍କୁ ଦାନ ଦିଅନ୍ତୁ ।

Get real time updates directly on you device, subscribe now.