fbpx

ଦୁର୍ଗାମଣ୍ଡପରେ ଗୁଳିଚାଳନା; ଜଣଙ୍କର ମୃତ୍ୟୁ ଏକାଧିକ ଆହତ

ନୂଆଦିଲ୍ଳୀ: ପାର୍ବଣ ସମୟରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଘଟିଯାଇଛି ଗୁଳିକାଣ୍ଡ । ଏକ ଦୁର୍ଗା ମଣ୍ଡପରେ ଗୁଳିଚାଳନା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳିକା ଆହତ ହୋଇଛନ୍ତି । ବୁଧବାର ଦିନ ୧୦ଟା ସମୟରେ ଅଯୋଧ୍ୟାର କୋରଖାନାର ଏକ ପୂଜା ମଣ୍ଡପରେ ଏହି ଅଘଟଣ ଘଟିଥିଲା । ପୂଜା ଚାଲିଥିବା ସମୟରେ ୪ ଜଣ ଅଜଣା ଯୁବକ ପଶିଆସି ଅତର୍କିତ ଗୁଳିଚାଳନା କରିଥିଲେ ।

ଏହି ଗୁଳି ଚାଳନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳିକା ଆହତ ହୋଇଥିଲେ । ନାବାଳିକାଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଲକ୍ଷେ୍ନø ସ୍ଥାନାନ୍ତର କରାଯାଇଥିଲା । ଦୁଇ ଆହତ ବାଳିକାଙ୍କ ବୟସ ଯଥାକ୍ରମେ ୧୨ ଓ ୧୪ ବର୍ଷ ବୋଲି ଜଣାପଡିଛି । ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ବ୍ୟବହୃତ ଗାଡିକୁ ମଧ୍ୟ ଜବତ କରାଯାଇଛି । ଦୁର୍ଗା ପୂଜା ବିବାଦକୁ ନେଇ ଏହି ଅଘଟଣ ଘଟିଥିବା ପୋଲିସ ଅନୁମାନ କରିଛି ।

Get real time updates directly on you device, subscribe now.