fbpx

ଭାରତର ଏହି ସହରରେ ସବୁଠାରୁ ଶସ୍ତାରେ ମିଳୁଛି ପେଟ୍ରୋଲ; ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ୍ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ମେଟ୍ରୋ ସହର ମାନଙ୍କରେ ଏହି ଦୁଇ ଇନ୍ଧନର ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ପେଟ୍ରୋଲିୟମ୍ କମ୍ପାନୀ ପକ୍ଷରୁ ପେଟ୍ରୋଲ ଦର ୩୫ ପଇସା ଓ ଡିଜେଲ ଦର ୩୫ ପଇସା ବୃଦ୍ଧି କରାଯାଇଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଠାରେ ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ-ଡିଜେଲ ମିଳୁଛି । ଅନ୍ୟପଟେ ପୋର୍ଟ ବ୍ଲେୟର୍ ରେ ସବୁଠାରୁ ଶସ୍ତାରେ ତୈଳ ଉପଲବ୍ଧ ହେଉଛି ।

ଯଦି ଆପଣ ରାଜସ୍ଥାନର ଶ୍ରୀଗଙ୍ଗାନଗର ସହିତ ପେଟ୍ରୋଲ ଦର ତୁଳନା କରନ୍ତି, ତେବେ ଆଜି ଏହା ଦିଲ୍ଲୀରେ ୧୨.୦୭ ଟଙ୍କା ଶସ୍ତା ଏବଂ ପୋର୍ଟ ବ୍ଲେୟାରରେ ୨୯.୧୧ ଟଙ୍କା । ଯଦି ଆମେ ଲଖନଉ କଥା କହିବା ତେବେ ଶ୍ରୀଗଙ୍ଗାନଗରରୁ ପେଟ୍ରୋଲ ୧୫.୦୫ ଟଙ୍କା ଶସ୍ତା ହୋଇଥିବାବେଳେ ଗୁରୁଗ୍ରାମରେ ୧୪.୪୧ ଟଙ୍କା, ଆଗ୍ରା ୧୫.୨୮ ଟଙ୍କା, ପାଟନାରେ ଲିଟର ପିଛା ୮.୮୨ ଟଙ୍କା କମ୍ ରହିଛି। ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏଠାରେ ପେଟ୍ରୋଲ ଦର ଲିଟର୍ ପିଛା ୧୧୬.୮୬ ଟଙ୍କା । ସେହିପରି ନୂଆଦିଲ୍ଲୀରେ ୧୦୪.୭୯ ଟଙ୍କା, ମୁମ୍ବାଇରେ ୧୧୦.୭୫ ଟଙ୍କା, କୋଲକାତାରେ ୧୦୫.୪୩ ଟଙ୍କା, ଚେନ୍ନାଇରେ ୧୦୨.୧ ଟଙ୍କା, ନୋଏଡ଼ାରେ ୧୦୨.୦୪ ଟଙ୍କା, ବାଙ୍ଗାଲୁରୁରେ ୧୦୮.୪୪ ଟଙ୍କା ଏବଂ ହାଇଦ୍ରାବାଦ୍ ରେ ୧୦୯ ଟଙ୍କା ରହିଛି ପେଟ୍ରୋଲ ଦର ।

Get real time updates directly on you device, subscribe now.