fbpx

ଟପ୍-୫ରେ ରହିଛି ଏହିସବୁ ୱେବସିରିଜ୍, କାହାଣୀ ରହିଛି ଖୁବ୍ ରୋମାଞ୍ଚକର; ଦେଖିଲେ ଫେରାଇ ପାରିବେନି ଆଖି

ନୂଆଦିଲ୍ଲୀ: ଡିଜିଟାଲ୍ ପ୍ଲାଟଫର୍ମ ଗତ କିଛି ବର୍ଷ ମଧ୍ୟରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାରେ ଲାଗିଛି । ଖାସ୍ କରି କରୋନା ମହାମାରୀ କାଳରେ ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାର ଖୁବ୍ ବଢ଼ିଯାଇଛି । ଏବେ ଲୋକ ମାନେ ଥିଏଟର୍ ଓ ଫିଲ୍ମ ହଲ୍ କମ୍ ଓଟିଟି ପ୍ଲାଟଫର୍ମରେ ଅଧିକ ସମୟ ବିତେଇବାକୁ ବେଶୀ ପସନ୍ଦ କରୁଛନ୍ତି । କରୋନା ପରଠାରୁ ଓଟିଟିରେ ବ୍ଲକବଷ୍ଟର୍ ଫିଲ୍ମ ଅପେକ୍ଷା ଅନେକ ହିଟ୍ ୱେବସିରିଜ୍ ଅଧିକ ଦେଖୁଛନ୍ତି । ତେବେ ଯଦି ଆପଣ ମାନେ ମଧ୍ୟ ୱେବସିରିଜ୍ ଦେଖିବାକୁ ପସନ୍ଦ କରୁଛନ୍ତି ତାହେଲେ ଆପଣ ମାନେ ଏହିସବୁ ୱେବସିରିଜ୍ କୁ ଆଦୌ ମିସ୍ କରନ୍ତୁ ନାହିଁ । କାରଣ ଆଜି ଟପ୍ ୫ ୱେବସିରିଜ୍ ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଦର୍ଶକ ମାନେ ବେଶି  ପସନ୍ଦ କରୁଛନ୍ତି ଓ ହିଟ୍ ଲିଷ୍ଟରେ ମଧ୍ୟ ଏହି ୫ଟି ରହିଛି ।

ତେବେ ଏହି ୫ଟି ୱେବସିରିଜ୍ ହେଉଛି; ମନି ହେଇଷ୍ଟ, ସ୍କ୍ୱିଡ୍ ଗେମ୍ସ, ମାଇଣ୍ଡହଣ୍ଟର୍, ମୁମ୍ବାଇ ଡାଇରିଜ୍ ଏବଂ କୋଟା ଫ୍ୟାକ୍ଟ୍ରି-୨ । ତେବେ ପ୍ରଥମରେ ରହିଛି ମନି ହେଇଷ୍ଟ । ଏହା ହେଉଛି ଏକ କ୍ରାଇମ୍ ଥ୍ରିଲର୍ ୱେବସିରିଜ୍ । ଦର୍ଶକ ଏହାକୁ ବେଶୀ ପସନ୍ଦ କରୁଛନ୍ତି । ଟପ୍ ୫ ଲିଷ୍ଟରେ ଏହା ପ୍ରଥମରେ ରହିଛି । ରିଲିଜ୍ ହେବା ପରଠାରୁ ଏହା ଟ୍ରେଣ୍ଡିଂରେ ରହିଛି । ସେହିପରି ଦ୍ୱିତୀୟରେ ରହିଛି ସ୍କ୍ୱିଡ୍ ଗେମ୍ସ । ଟପ୍ ୫ ରେ ଦ୍ୱିତୀୟରେ ରହିଥିବା ଏହି ୱେବସିରିଜ୍ ନେଟଫ୍ଲିକ୍ସ ଟ୍ରେଣ୍ଡିଂରେ ରହିଛି । ନେଟଫ୍ଲିକ୍ସରେ ଷ୍ଟ୍ରିମ୍ କରୁଥିବା କୋରିଆର ଡେଡଲୀ ସ୍ପୋର୍ଟସ୍ ଥ୍ରିଲର୍ ସ୍କ୍ୱିଡ୍ ଗେକ୍ସ ଏବେ ଓଟିଟି ରେ ରାଜ୍ କରୁଛି । ଏହା ବର୍ତ୍ତମାନ ୯୦ଟି ଦେଶରେ ପ୍ରଥମ ନମ୍ବରରେ ରହିଛି । ଏହାର କାହାଣୀ ଖୁବତ ରୋମାଞ୍ଚକର ରହିଛି ।

ଏଥିରେ ଦର୍ଶାଯାଇଛି ଯେ ଦୁନିଆରେ ସବୁ ଧନୀ ଖୁସି ନାହାନ୍ତି କି ଗରିବ ବି ଖୁସିରେ ନାହିଁ । ଧନୀ ମାନେ ନିଜ ଖୁସି ପାଇଁ ଲୋକଙ୍କୁ ମାରୁଛନ୍ତି । ଏମାନଙ୍କ କେବଳ ଟଙ୍କା ଦରକାର । ଏହା ବଦଳରେ କାହାକୁ ମାରିବାକୁ ପଡ଼ୁ କି ନିଜେ ମରିବାକୁ ପଡ଼ୁ । ସବୁକିଛି କରିବାକୁ ପ୍ରସ୍ତୁତ । ସେହିପରି ତୃତୀୟରେ ରହିଛି, ମାଇଣ୍ଟହଣ୍ଟର୍  । ଏହା ଏକ ଆମେରିକୀ ମନୋବୈଜ୍ଞାନିକ ଅପରାଧ-ଆଧାରିତ ୱେବସିରିଜ୍ । ଏହି ଘଟଣା ସତ ଘଟଣା ଉପରେ ଆଧାରିତ ବହି ମାଇଣ୍ଡହଣ୍ଟରକୁ ନେଇ ତିଆରି ହୋଇଛି । ଏହା ହେଉଛି ଦୁନିଆର ସବୁଠାରୁ ଲୋକପ୍ରିୟ ସିରିଜ୍ । ଏହାପରେ ରହିଛି ଆମାଜନ୍ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହେଉଥିବା ମୁମ୍ବାଇ ଡାଇରିଜ୍ । ଏପର୍ଯ୍ୟନ୍ତ ଯଦି ଆପଣ ଦେଖିନାହାନ୍ତି ତେବେ ଦେଖିନିଅନ୍ତୁ । ସେହିପରି କୋଟା ଫ୍ୟାକ୍ଟ୍ରି ର ସିଜନ୍ ୨କୁ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି ।

 

Get real time updates directly on you device, subscribe now.