fbpx

ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପକ ନିଯୁକ୍ତି କରିବ OPSC, ବୈଷୟିକ ଶିକ୍ଷା ବିଭାଗରେ କେବେ: ଘରୋଇ ଶିକ୍ଷାନୁଷ୍ଠାନରେ ବଢ଼ୁଛି ଠକେଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ନିଯୁକ୍ତି ପ୍ରକ୍ରିୟାରେ ଆସିଛି ସଂସ୍କାର । ଏହି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ଦାୟିତ୍ୱ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ତେବେ ଏଥିପାଇଁ ବହୁ ଅଧ୍ୟାପକ ଓ ଅଧ୍ୟାପିକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତେବେ ଉକ୍ତ ନିୟମ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲାଗୁ କରାଯାଉନି । ଯେଉଁଥିପାଇଁ ବହୁ ଅଧ୍ୟାପକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ଭଳି ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ବୃତ୍ତିଗତ ସରକାରୀ ଶିକ୍ଷାନୁଷ୍ଠାନରେ ଓପିଏସସି ଅଧ୍ୟାପକ ନିଯୁକ୍ତି କରିବାକୁ ଦାବି କରାଯାଇଛି । ଏହି ନିୟମ କାର୍ଯ୍ୟକାରୀ ହେଲେ କୌଣସି ବିଶ୍ୱବିଦ୍ୟାଳୟର କୁଳପତି କି କଲେଜ ଅଧ୍ୟକ୍ଷ ଦୁର୍ନୀତି କରିପାରିବେ ନାହିଁ । ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକାମାନେ ନିଯୁକ୍ତି ସମୟରେ ପୂର୍ବ ନିଯୁକ୍ତିର ଜାଲ ପ୍ରମାଣପତ୍ର ଦେଉଥିବା ଅଭିଯୋଗ ହେଉଛି । ତେବେ ପୂର୍ବ ନିଯୁକ୍ତିର ଆୟକର ରିଟର୍ଣ୍ଣ ଯାଞ୍ଚ କଲେ ପ୍ରକୃତ ତଥ୍ୟ ଜଣାପଡ଼ିବ । ତେଣୁ ଏନେଇ ନିୟମ ଲାଗୁ କରିବାକୁ ବହୁ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଦାବି କରିଛନ୍ତି ।

Get real time updates directly on you device, subscribe now.