fbpx

ଅନଲାଇନ୍ ଠକେଇର ଶିକାର ହେଉଛନ୍ତି କି? ତେବେ ଏପରି ପାଆନ୍ତୁ ଟଙ୍କା ରିଟର୍ଣ୍ଣ

ନୂଆଦିଲ୍ଲୀ:ଆଜିକାଲି ଅନଲାଇନ୍ ଠକେଇର ସଂଖ୍ୟା ବଢ଼ିବାରେ ଲାଗିଛି । ଲକଡାଉନ ସମୟରେ ଅନଲାଇନ୍ ଠକେଇ ଭଳି ସାଇବର ଅପରାଧ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏକ ରିପୋର୍ଟ ମୁତାବକ, ଗତ ୧ ବର୍ଷ ମଧ୍ୟରେ ୨.୭ କୋଟିରୁ ଅଧିକ ମାମଲା ରୁଜୁ ହୋଇଛି । ଲୋକଙ୍କ ପର୍ସନାଲ ଡାଟା ନେଇ ଆକାଉଣ୍ଟରୁ ଟଙ୍କା ଗାଏବ୍ କରିବାରେ ଲାଗିଛନ୍ତି ଦୁର୍ବୃତ୍ତ । ଅନଲାଇନ୍ ଠକେଇ ଅତି ଗମ୍ଭୀର ମାମଲା, କାରଣ ଚୋରି ପରେ ଟଙ୍କା ଫେରାଇ ଆଣିବାର କିଛି ଅପସନ୍ ନଥାଏ । କିନ୍ତୁ କିଛି ସହଜ ଟିପ୍ସ ରହିଛି, ଯାହା ମାଧ୍ୟମରେ ଆପଣ ଅନଲାଇନ୍ ଠକେଇରୁ ରକ୍ଷାପାଇପାରିବେ । ଏହା ବ୍ୟତୀତ ଯଦି ଆପଣ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି, ତେବେ ଟଙ୍କା ରିଟର୍ଣ୍ଣ ପାଇପାରିବେ ।

ତେବେ ଇଣ୍ଟରନେଟ୍ ଠକେଇ ପାଇଁ ହ୍ୟାକର୍ସମାନେ ନକଲି ୱେବସାଇଟ୍ କରିଥାନ୍ତି, ଯାହାକି ସମ୍ପୂର୍ଣ୍ଣ ବୈଧ । ବ୍ୟାଙ୍କର ନିୟମ ମୁତାବକ, ଏପରି ଚୋରିର ଶିକାର ହୋଇଥିବା ଲୋକେ ସେମାନଙ୍କ ଟଙ୍କା ଫେରିପାଇବେ ।ଏଥିପାଇଁ ବ୍ୟାଙ୍କ ହୋଲ୍ଡର ତୁରନ୍ତ ସେହି କାରବାରର ସମସ୍ତ ଡିଟେଲ ବ୍ୟାଙ୍କକୁ ଦେବା ଉଚିତ୍ । ଟଙ୍କା ଟ୍ରାନ୍ସଫର ସମୟରେ ଯଦି ଠକେଇ ହେଉଛି, ତେବେ ତୁରନ୍ତ ନିଜ ବ୍ୟାଙ୍କକୁ ଏନେଇ ସୂଚିତ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଟଙ୍କା ରିଟର୍ଣ୍ଣ ମିଳିପାରିବ । ଠକେଇ ହେବାର ୩ ଦିନ ଭିତରେ ବ୍ୟାଙ୍କକୁ ସୂଚନା ଦେବା ଜରୁରି । ୩ ଦିନ ଭିତରେ ସୂଚନା ନଦେଲେ ଗ୍ରାହକଙ୍କର ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ ।

Get real time updates directly on you device, subscribe now.