fbpx

ଅପେକ୍ଷାର ଘଟିଲା ଅବସାନ, ଭାରତରେ ଲଞ୍ଚ ହେଲା SUV Tata Punch, ଜାଣନ୍ତୁ ଏହାର ମୂଲ୍ୟ ରହିଛି କେତେ

ନୂଆଦିଲ୍ଲୀ: ଟାଟା ମୋଟର୍ସ ଭାରତୀୟ ବଜାରରେ ଟାଟା ପଞ୍ଚ ମାଇକ୍ରୋ ଏସୟୁଭି ଲଞ୍ଚ କରିଦେଇଛି । ଗ୍ରାହକମାନେ ବହୁ ପୂର୍ବରୁ ଏହି ସବ-କମ୍ପାକ୍ଟ ଏସୟୁଭିକୁ ଅପେକ୍ଷା କରି ରହିଥିଲେ । ଟାଟା ମୋଟର୍ସ ଟାଟା ପଞ୍ଚକୁ ୫.୪୯ ଲକ୍ଷ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରିଛି । ତେବେ ଟାଟା ସେଗମେଣ୍ଟର ଏହା ସବୁଠାରୁ କ୍ୱାଲିଟିଯୁକ୍ତ କାର୍ ବୋଲି କୁହାଯାଇଛି ।

ଟାଟା ପଞ୍ଚର ପ୍ରି-ବୁକିଂ ଗତ ୪ ତାରିଖରୁ ୨୧ ହଜାର ଟଙ୍କାରେ ଆରମ୍ଭ କରାଯାଇଥିଲା । ଭାରତୀୟ ବଜାରରେ ଟାଟା ପଞ୍ଚ ସହିତ ମାରୁତି ସୁଜୁକି ଇଗ୍ନିସ, ରେନଲ୍ସ କିଗର, ନିସାନ ମ୍ୟାଗ୍ନାଇଟ, ହ୍ୟୁଣ୍ଡାଇ କାସପର, ସାଇଟ୍ରୋଇନ ସି୩ର ମୁକାବିଲା ହେବ । ମାଇକ୍ରୋ ଏସୟୁଭି ଟାଟା ପଞ୍ଚରେ ସେମି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଏପଲ କାର ପ୍ଲେ ଓ ଆଣ୍ଡ୍ରଏଡ ଅଟୋ ସହିତ ୭ ଇଞ୍ଚର ଟଚ ସ୍କ୍ରିନ ଇନଫୋଟେନମେଣ୍ଟ, ଫ୍ଲେଟ ବଟମ ଷ୍ଟିଅରିଂ, ଆଇଆରଏ କନେକ୍ଟେଡ ଫିଚର ପ୍ୟାକ ଦିଆଯାଇଛି । ଟାଟା ସେଗମେଣ୍ଟର ଏହା ସବୁଠାରୁ ସୁରକ୍ଷିତ କାର ବୋଲି ଲଞ୍ଚ ପୂର୍ବରୁ ଟାଟା ମୋଟର୍ସ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.